ETV Bharat / bharat

3ମାସ ପାଇଁ ସିଏଏ, ଏନପିଆରକୁ ସ୍ଥଗିତ କରାଯାଉ: ସଲମାନ ଖୁର୍ଶୀଦ

author img

By

Published : Mar 21, 2020, 10:52 AM IST

ଜନଗଣନା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ଶୀଦ । ସିଏଏ ଓ ଏନପିଆର ବିରୋଧରେ ଧାରଣାରତ ଥିବା ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଖୁର୍ଶୀଦ ।

3ମାସ ପାଇଁ ସିଏଏ, ଏନପିଆରକୁ ସ୍ଥିଗତ ରଖାଯାଉ
3ମାସ ପାଇଁ ସିଏଏ, ଏନପିଆରକୁ ସ୍ଥିଗତ ରଖାଯାଉ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇ ଆସନ୍ତାକାଲି ଜନତା କର୍ଫ୍ୟୁ । ସେପଟେ, ସିଏଏ ଓ ଏନପିଆର ପ୍ରତିବାଦରେ ଏବେ ବି ଧାରଣରତ ଆନ୍ଦୋଳନକାରୀ । ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ଜନଗଣନାକୁ ସ୍ଥଗିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ଶୀଦ । ଦେଶରେ ବିଗୁଡିଛି କୋରୋନା ସ୍ଥିତି । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଫଳରେ ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବାବେଳେ, 3 ମାସ ପାଇଁ ଜନଗଣନାକୁ ଘୁଞ୍ଚେଇବାକୁ ସେ ନିବେଦନ କରିଛନ୍ତି ।

ଏହା ସହ ସେ କେନ୍ଦ୍ର ସରକାରଙ୍କୁ କହିଛନ୍ତି, ଆନ୍ଦୋଳନକାରୀଙ୍କୁ କୋରୋନା ପ୍ରତି ସତର୍କ କରାଇବା ସହ ଦାବି ପ୍ରତ୍ୟାହାର କରିବାକୁ ଜଣାଇଛନ୍ତି । ଏପରିକି ଜନଗହଳି ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦେବାକୁ ମଧ୍ୟ ସେ କହିଛନ୍ତି । ଉତ୍ତରପ୍ରଦେଶ ସରକାର କିମ୍ବା କେନ୍ଦ୍ର ସରକାର ଯଦି ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଏହା ସହ ସେମାନଙ୍କୁ କୋରୋନା ସମ୍ପର୍କିତ ଅବଗତ କରାଇବା ସହ ସଚେତନତା କରାଇବାକୁ କହିଛନ୍ତି ଖୁର୍ଶୀଦ ।

ସୂଚନାଯୋଗ୍ୟ, ନାଗରିକ ସଂଶୋଧନ ଆଇନ, ଏନପିଆରକୁ ଦେଶର ବିଭିନ୍ନ ସ୍ଥାନରେ ଏବେ ବି ଆନ୍ଦୋଳନ କରାଯାଉଛି । ଏବଂ ଶହ ଶହ ମାତ୍ରାରେ ସେଠାରେ ଲୋକେ ସମାଗମ ହେଉଛି । ସେପଟେ, ପ୍ରଧାନମନ୍ତ୍ରୀ କୋରୋନାକୁ ରୋକିବା ପାଇଁ ଦେଶବ୍ୟାପୀ ଜନତା କର୍ଫ୍ୟୁ ଲଗାଇବାକୁ ଆହ୍ବାନ କରିଥିବାବେଳେ, ଆନ୍ଦୋଳନକୁ ଜନଗଣନାକୁ ସ୍ଥଗିତ କରିବାକୁ ଖୁର୍ଶୀଦ କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.