ETV Bharat / bharat

ଚଳିତ ଖରିଫ୍ ଋତୁରେ 742 ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବେ ସମସ୍ତ ରାଜ୍ୟ - Kharif season

ଚଳିତ ଖରିଫ୍ ଋତୁରେ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ ରାଜ୍ୟ ଏଜେନ୍ସିଗୁଡିକ ରେକର୍ଡ ପରିମାଣର 742 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ପ୍ରସ୍ତୁତ ଅଛନ୍ତି।

ପୀୟୁଷ ଗୋଏଲ
ପୀୟୁଷ ଗୋଏଲ
author img

By

Published : Oct 31, 2020, 4:13 PM IST

ନୂଆଦିଲ୍ଲୀ: ଚଳିତ ଖରିଫ୍ ଋତୁରେ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ ରାଜ୍ୟ ଏଜେନ୍ସିଗୁଡିକ ରେକର୍ଡ ପରିମାଣର 742 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ପ୍ରସ୍ତୁତ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ । ଗତ ବର୍ଷ ଏଜେନ୍ସି ଓ ରାଜ୍ୟ 627 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଥିଲା । ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଗୋଏଲ ଏହା କହିଛନ୍ତି ।

ଖରିଫ 2020-21 ପାଇଁ କ୍ରୟ କେନ୍ଦ୍ର ସଂଖ୍ୟା ମଧ୍ୟ 30 ହଜାର 7 ଶହ 9ରୁ 39 ହଜାର 1 ଶହ 22 କୁ ବୃଦ୍ଧି କରାଯାଇଛି। ନରେନ୍ଦ୍ର ମୋଦି ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ସମର୍ଥନ ମୂଲ୍ୟ ପ୍ରବର୍ତ୍ତନ ଯୋଗୁଁ ଗତ 5 ବର୍ଷ ମଧ୍ୟରେ ଡାଲି ଉତ୍ପାଦନ ବୃଦ୍ଧି ପାଇଛି। ଗୋଏଲ୍ କହିଛନ୍ତି ଯେ ଘରୋଇ ଉତ୍ପାଦନ ବୃଦ୍ଧି ତଥା ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ଡାଲି ପାଇବାକୁ ସୁନିଶ୍ଚିତ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମୁଗ, ବିରି ଏବଂ ବୁଟ ଡାଲି ଯୋଗାଇ ଦିଆଯାଇଛି। ଆଗାମୀ 15 ଦିନରେ ଖୋଲା ବଜାର ବିକ୍ରୟ ମାଧ୍ୟମରେ ବଫର ଷ୍ଟକରୁ ବୁଟ ଡାଲି 2 ଲକ୍ଷ ମେଟ୍ରିକ୍ ଟନ୍ ପଠାଯିବ । ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶରେ କେଉଁଠାରେ ବି ଖାଦ୍ୟାଭାବ ନାହିଁ । କୋଭିଡ ସମୟରେ ଦେଶର ସମସ୍ତ ନାଗରିକଙ୍କୁ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ସରକାର ପ୍ରତିଶୃତିବଦ୍ଧ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରାୟ 80 କୋଟି ଲୋକଙ୍କୁ ଖାଦ୍ୟସଶ୍ୟ ଯୋଗାଇ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.