ETV Bharat / bharat

ଖୋଲା ରହିବ ସରକାରୀ ଅଫିସ, କର୍ମଚାରୀଙ୍କୁ ନାହିଁ କୋରୋନା ଭୟ!

author img

By

Published : Mar 17, 2020, 8:45 PM IST

ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ସର୍ବାଧିକ 36 ଆକ୍ରାନ୍ତ । ସରକାରୀ ଅଫିସ ଖୋଲା ରଖିବାକୁ ଉଦ୍ଧବ ସରକାରଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ...

ଖୋଲା ରହିବ ସରକାରୀ ଅଫିସ, କର୍ମଚାରୀଙ୍କୁ ନାହିଁ କୋରୋନା ଭୟ!
ଖୋଲା ରହିବ ସରକାରୀ ଅଫିସ, କର୍ମଚାରୀଙ୍କୁ ନାହିଁ କୋରୋନା ଭୟ!

ମୁମ୍ବାଇ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । କୋରୋନାକୁ ନେଇ ଦେଶବାସୀ ଏବେ ଚିନ୍ତିତ । ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ଏପରି ସ୍ଥିତିରେ କିନ୍ତୁ ମହାରାଷ୍ଟ୍ର ସରକାର ସମସ୍ତ ସରକାରୀ ଅଫିସ ଖୋଲା ରଖିବାକୁ ଘୋଷଣା କରିଛନ୍ତି । ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ଓ ବସକୁ ମଧ୍ୟ ବନ୍ଦ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ପବଲିକ ଟ୍ରାନ୍ସପୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ସେବା ହୋଇଥିବାରୁ ଏହାକୁ ବନ୍ଦ କରାଯିବ ନାହିଁ । ଏହାସହ ସମସ୍ତ ସରକାରୀ ଅଫିସ ଖୋଲା ରହିବ । ହେଲେ ଯଦି ଲୋକେ ସରକାରଙ୍କ ଉପଦେଶ ନ ମାନନ୍ତି, ତାହାଲେ ଏବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଆଗାମୀ 15ରୁ 20 ଦିନ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଉଦ୍ଧବ ।

ବୁଧବାର ମହାରାଷ୍ଟ୍ରରେ କୋରୋନାରେ ଆକ୍ରାନ୍ତ ଜଣେ 64 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଏହାସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 36 ଜଣ କୋରୋନାରେ ଆକ୍ରାନ୍ତ ହୋଇସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.