ETV Bharat / bharat

ଭାରତୀୟଙ୍କ ପାଇଁ ମହଙ୍ଗା ହେଲା ମାନସରୋବର ଯାତ୍ରା, ଜାଣନ୍ତୁ କେତେ ?

ମାନସରୋବର ଯାତ୍ରା ପାଇଁ ଏଥର ଭାରତୀୟ ନାଗରିକଙ୍କୁ ଅଧିକ ଅର୍ଥ ପଇଠ କରିବାକୁ ପଡିବ । ଚୀନ ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ମୂଲ୍ୟ ବୃଦ୍ଧି କରାଯାଇଛି ।

author img

By

Published : Nov 21, 2019, 9:54 AM IST

ଭାରତୀୟଙ୍କ ପାଇଁ ମହଙ୍ଗା ହେଲା ମାନସରୋବର ଯାତ୍ରା, ଜାଣନ୍ତୁ କେତେ ?

କାଠମାଣ୍ଡୁ: ଏଣିକି କୈଳାସ ମାନସରୋବର ଯାତ୍ରା ହେବ ମହଙ୍ଗା । ମାନସରୋବର ଯାତ୍ରା କରୁଥିଲେ ଗଣିବେ ଅଧିକ ଟଙ୍କା । ଚୀନ ପକ୍ଷରୁ ମାନସରୋବର ଯାତ୍ରା ପାଇଁ ଟଙ୍କା ବୃଦ୍ଧି କରାଯାଇଛି । ବିଶେଷ କରି ଭାରତୀୟ ନାଗରିକଙ୍କ ଏହି ମୂଲ୍ୟବୃଦ୍ଧି କରାଯାଇଥିବା ସୂଚନା ରହିଛି ।

କୈଳାସ ମାନସରୋବର ଯାତ୍ରା କରିବାକୁ ହେଲେ ନେପାଳ-ଚୀନ ରାସ୍ତା ଦେଇ ଯିବାକୁ ପଡେ । ପ୍ରତ୍ୟେକ ବର୍ଷ 20 ହଜାରରୁ ଊର୍ଦ୍ଧ୍ବ ତୀର୍ଥଯାତ୍ରୀ ଯାତ୍ରା କରିଥାନ୍ତି । ଦିନକୁ ଦିନ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଚୀନ ପକ୍ଷରୁ ଏହି ମୂଲ୍ୟବୃଦ୍ଧି କରାଯାଇଛି । ତେବେ ନଜର ପକାନ୍ତୁ, କେତେ ଟଙ୍କା ବୃଦ୍ଧି ପାଇଛି ?

  • ମାନସରୋବର ରାସ୍ତା ପାଇଁ ପୂର୍ବରୁ ଥିଲା 13 ହଜାର ଟଙ୍କା,ବର୍ତ୍ତମାନ ଏହା ବୃଦ୍ଧି ପାଇ 18 ହଜାର 500 ଟଙ୍କାରେ ପହଞ୍ଚିଛି ।
  • ଲାସ୍ହାରୁ ମାନସରୋବର ପାଇଁ ପୂର୍ବରୁ ଥିଲା 23 ହଜାର ଟଙ୍କା, ବର୍ତ୍ତମାନ ଏହା ବୃଦ୍ଧି ପାଇଁ 31 ହଜାରରେ ପହଞ୍ଚିଛି ।
  • ହୁମଲାରୁ ମାନସରୋବର ପାଇଁ ପୂର୍ବରୁ ଥିଲା 17 ହଜାର ଟଙ୍କା, ବର୍ତ୍ତମାନ ଏହା ବୃଦ୍ଧି ପାଇ 26ହଜାର ଟଙ୍କା ହୋଇଛି ।

ଏନେଇ ନେପାଳ କୈଳାସ ସଂଘର ଅଧ୍ୟକ୍ଷ ନାରାୟଣ ପୋଖଲେ କହିଛନ୍ତି, ପ୍ରତିବର୍ଷ ଚୀନ ମାନସରୋବର ଯାତ୍ରା ପାଇଁ 10 ପ୍ରତିଶତ ଅର୍ଥ ବୃଦ୍ଧି କରେ । କିନ୍ତୁ ଚଳିତ ବର୍ଷ 40 ପ୍ରତିଶତ ବୃଦ୍ଧି ପାଇଛି । ମାତ୍ରାଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ସେ ଅନୁମାନ କରାଯାଉଛି ।

Intro:Body:

SAKUNTALA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.