ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଜି ଦ୍ବିତୀୟ ଦିବସ । ସେପଟେ, ଟ୍ରମ୍ପଙ୍କ ଗସ୍ତକୁ ନେଇ ପ୍ରତିବାଦ ଜଣାଇଛି ବାମପନ୍ଥୀ । ଗୋ ବ୍ୟାକ ଟ୍ରମ୍ପର ନାରା ଦେବା ସହ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ଗତ ସୋମବାର ଧର୍ମପାଳରୁ ଆମେରିକା ସେଣ୍ଟର ପର୍ଯ୍ୟନ୍ତ ପ୍ରତିବାଦ ରାଲି କରାଯାଇଥିଲା।
ସେମାନଙ୍କ ଅଭିଯୋଗ ଅନୁସାରେ ଟ୍ରମ୍ପ ଦେଶକୁ ଲୁଟିବାକୁ ଆସିଛନ୍ତି । ଏସଏଫଆଇର ରାଜ୍ୟ ସଚିବ ଶ୍ରିପଜନ ଭଟ୍ଟାଚାର୍ଯ୍ୟଙ୍କ ଦେଶର କୃତ୍ରିମ ସୌନ୍ଦର୍ଯ୍ୟ ଟ୍ରମ୍ପଙ୍କୁ ଦେଖାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶହେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରିବା ସହ ପ୍ରତିବାଦର ରାଲି କରାଯାଇଥିଲା। ଟ୍ରମ୍ପଙ୍କ ବିରୋଧରେ ନାରା ବାଜି କରିବା ସହ ପ୍ଲାଗକାର୍ଡ ଓ କୁଶପତ୍ତଳିକା ଦାହ କରିଥିଲେ ବିକ୍ଷୋଭକାରୀ । କୋଲକାତାରେ ବିଭିନ୍ନ କେନ୍ଦ୍ରୀୟ ବ୍ୟାପାର ସଙ୍ଗଠନ, ବାମପନ୍ଥୀ ମହିଳା ସଙ୍ଗଠନ, ଯୁବପିଢି ଏହି ରାଲିରେ ସାମିଲ ହୋଇଥିଲା। ଅନ୍ୟପଟେ, ଏହି ରାଲିକୁ ଅଟକାଇବାକୁ ସକ୍ଷମ ହୋଇଥିଲା ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ