ETV Bharat / bharat

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ଦା'ଙ୍କ ଅନ୍ତିମ ସଂସ୍କାର

author img

By

Published : Sep 1, 2020, 7:06 AM IST

Updated : Sep 1, 2020, 8:21 AM IST

84 ବର୍ଷ ବୟସରେ ଭାରତର ପୂର୍ବତନ ରାଷ୍ଟ୍ରପତିଙ୍କ ସୋମବାର ଦେହାନ୍ତ ହୋଇଛି । ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । ଅଧିକ ପଢନ୍ତୁ...

ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗ ହୋଇଛି । ଆଜି (ମଙ୍ଗଳବାର) ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବ ଦା’ଙ୍କ ଅନ୍ତିମ ସଂସ୍କାର କରାଯିବ । ’ଭାରତ ରତ୍ନ’ଙ୍କ ଶେଷ ଦର୍ଶନ ପାଇଁ ତାଙ୍କର ନୂଆଦିଲ୍ଲୀ ସ୍ଥିତି ସରକାରୀ କାର୍ଯ୍ୟାଳୟରେ ମର ଶରୀର ରଖାଯିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, ସରକାରୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ପୁଷ୍ପମାଲ୍ୟ ଅପର୍ଣ ସକାଳ 09.15ରୁ 10.15 ମଧ୍ୟରେ ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତିଙ୍କ ପାଇଁ 45 ମିନିଟ ରହିବ । ସାଧାରଣ ଜନତା 10 ରାଜଜୀ ମାର୍ଗରେ ସ୍ବର୍ଗତ ପୂର୍ବତନ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରିବେ । ଏଥିପାଇଁ 1 ଘଣ୍ଟା ସମୟ ଦିଆଯିବ ।

ସେପଟେ, କୋରୋନା ପ୍ରୋଟୋକଲ ଅନୁସାରେ, ପୂର୍ବତନ ରାଷ୍ଟ୍ରପତିଙ୍କ ମର ଶରୀରକୁ ହର୍ସ ଭ୍ୟାନରେ ନିଆଯିବ । ମନ୍ତ୍ରଣାଳୟ ଅନୁଯାୟୀ, ଏହି ସମୟରେ କୋଭିଡର ସମସ୍ତ ପ୍ରୋଟୋକଲ୍ / ନିର୍ଦ୍ଦେଶାବଳୀ ପାଳନ କରାଯିବ ।

ସୋମବାର ଦିନ ଭାରତର ପୂର୍ବତନ ରାଷ୍ଟ୍ରପତି ’ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀଙ୍କ 84 ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅଗଷ୍ଟ 10ତାରିଖରେ ଦିଲ୍ଲୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କୋରୋନା ପଜିଟିଭ ଥିବା ମଧ୍ୟ ଜଣାପଡିଥିଲା ।

ପ୍ରଣବ ମୁଖାର୍ଜୀଙ୍କ ବିୟୋଗ ଏକ ଯୁଗର ଅବସାନ ହୋଇଥିବାବେଳେ ତାଙ୍କର ସାମ୍ମନାର୍ଥେ ଅଗଷ୍ଟ 31 ରୁ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ସରକାର ସାତ ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି।

Last Updated : Sep 1, 2020, 8:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.