ହାଇଦ୍ରାବାଦ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଆଜି ତାଙ୍କ 36 ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି ।
ଇନ୍ଦିରା ଗାନ୍ଧୀ 1959ରେ ଜାତୀୟ କଂଗ୍ରେସର ସଭାପତି ଦାୟିତ୍ବ ଗ୍ରହଣ କରିଥିଲେ । ସେ 1966 ରୁ 77 ଓ 1981ରୁ 84 ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ଏକ ମାତ୍ର ମହିଳା ପ୍ରଧାନମନ୍ତ୍ରୀ ରହିଛନ୍ତି । ସେ 19 ନଭେମ୍ବର 1917ରେ ଜନ୍ମଗ୍ରହଣ କରିଥିଲେ । 31 ଅକ୍ଟୋବର 1984 ରେ ଦିଲ୍ଲୀରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରିଛନ୍ତି । ଏହା ସହ କଂଗ୍ରେସ ନେତ୍ରୀ ତଥା ନାତୁଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ବିଟ କରି ମନେ ପକାଇଛନ୍ତି । ସେ ଦେଶ ପାଇଁ ବଳିଦାନ ଦେଇଛନ୍ତି ବୋଲି କହିଛନ୍ତି । ସେହିପରି ଦେଶର ବହୁ ନେତା ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।