ETV Bharat / bharat

କୋରୋନା ପ୍ରଭାବ: ବିମାନବନ୍ଦରରେ ବଢୁଛି ହଳଦି ଦୁଧ୍ ଚାହିଦା

author img

By

Published : Jul 20, 2020, 1:36 PM IST

କୋରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ବିମାନବନ୍ଦରର ଦିଆଯାଉଥିବା ଖାଦ୍ୟ ପାନୀୟ ପଦାର୍ଥ ଖୋଲା ପରିବର୍ତ୍ତେ ପ୍ୟାକେଟରେ ଦିଆଯାଉଛି । ଫ୍ଲାଇଟରେ ଯାଉଥିବା ଅନେକ ଯାତ୍ରୀ ବାହାର ପରିବର୍ତ୍ତେ ଘରେ ତିଆରି ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ମେଟ୍ରୋ ବିମାନ ବନ୍ଦରରେ ଆସୁଥିବା ଯାତ୍ରୀମାନେ ପାନୀୟ ଏବଂ ଖାଦ୍ୟ ସାମଗ୍ରୀରେ ବଡ଼ ପରିବର୍ତ୍ତନ ଅନୁଭବ କରୁଛନ୍ତି |

immunity booster
ଇମ୍ୟୁନିଟି ବୁଷ୍ଟର କାମ କରୁଛି ହଳଦି ଦୁଧ

ମୁମ୍ବାଇ: ଦେଶରେ କୋରୋନା ଜନିତ ଲକଲାଉନ ନେଇ ଏବେ ଆନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ଥିଲେ ମଧ୍ୟ କିଛି ଘରୋଇ ବିମାନ ଉଡାଣକୁ ଅନୁମତି ମିଳିଛି । ତେବେ ମହାରାଷ୍ଟ୍ର ମୁମ୍ବାଇରେ ମେ' ମାସରୁ ସ୍ବଭାବିକ ହୋଇଛି ଘରୋଇ ବିମାନ ସେବା । ମାତ୍ର ଏବେ ଅଧିକାଂଶ ଘରୋଇ ଫ୍ଲାଇଟର କିଚେନରେ ଖାଦ୍ୟ ପାନୀୟ ପରିବର୍ତ୍ତ ହୋଇଥିବା ଦେଖାଯାଇଛି । ଏବେ ଯାତ୍ରୀଙ୍କୁ ହଳଦି ଦୁଧ, ରସମ, ତୁଳସୀ ମିଣ୍ଟ ସିକଞ୍ଜି, ସତ୍ତୁ ସେକ ଏବଂ ଆମଲାଆମ ପନ୍ନା ପରଷିବା ଆରମ୍ଭ କରାଯାଇଛି । ଲୋକଙ୍କ ଇମ୍ୟୁନିଟି ବୁଷ୍ଟ ବଢାଇବା ପାଇଁ ଖାଦ୍ୟ ଓ ପାନୀୟ ପଦାର୍ଥ ଏବେ ମେଟ୍ରୋ ଏୟାରପୋର୍ଟରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡିଛି ।

କୋରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ବିମାନବନ୍ଦରର ଦିଆଯାଉଥିବା ଖାଦ୍ୟ ପାନୀୟ ପଦାର୍ଥ ଖୋଲା ପରିବର୍ତ୍ତେ ପ୍ୟାକେଟରେ ଦିଆଯାଉଛି । ଫ୍ଲାଇଟରେ ଯାଉଥିବା ଅନେକ ଯାତ୍ରୀ ବାହାର ପରିବର୍ତ୍ତେ ଘରେ ତିଆରି ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ମେଟ୍ରୋ ବିମାନ ବନ୍ଦରରେ ଆସୁଥିବା ଯାତ୍ରୀମାନେ ପାନୀୟ ଏବଂ ଖାଦ୍ୟ ସାମଗ୍ରୀରେ ବଡ଼ ପରିବର୍ତ୍ତନ ଅନୁଭବ କରୁଛନ୍ତି |

ଏହାସହ ପ୍ରତିଶେଷକ ଶକ୍ତି ବଢାଉଥିବା ପାନୀୟର ଚାହିଦା ମଧ୍ୟ ବଢିଛି । ବିଭିନ୍ନ ମେଟ୍ରୋ ଏୟାରପୋର୍ଟରେ 300 ରୁ ଉର୍ଦ୍ଧ୍ବ ଫୁଡ ଆଉଟଲେଟ ଚଲାଉଥିବା ମୁଖ୍ୟ ପରିଚାଳକ ଅଧିକାରୀ ଗୌରବ ଦିୱାନ କହିଛନ୍ତି ଯେ, ହଳଦି ଏବଂ ଭିଟାମିନ-ସି ଯୁକ୍ତ ପାନୀୟ ଚା ଓ କଫି ଭଳି କ୍ୟାଫିନଯୁକ୍ତ ଖାଦ୍ୟପେୟ ଚାହିଦା ରହିଥିବାବେଳେ ଏହି ଦୁଇମାସ ହେଲା ଇମ୍ୟୁନିଟି ବୁଷ୍ଟର ପାନୀୟର ଡିମାଣ୍ଡ ଢେର ବଢିଛି ।

ଏୟାରପୋର୍ଟରେ ହଳଦି ଦୁଧର ଡିମାଣ୍ଡ ବଢିଥିବାବେଳେ ଦହିଭାତର ଚାହିଦା ମଧ୍ୟ ବିମାନଯାତ୍ରୀଙ୍କ ମଧ୍ୟରେ ବୃଦ୍ଧି ପାଇଛି । ଦକ୍ଷିଣ ଭାରତରେ ଦହି ଭାତର ବିକ୍ରି ପ୍ରତିଦିନ କୋରୋନା ଭାଇରସ ପୂର୍ବରୁ 2 ରୁ 3 ପ୍ରତିଶତ ଥିବାବେଳେ ଏବେ ଏହା 15ରୁ 20 ପ୍ରତିଶତକୁ ବୃଦ୍ଧି ପାଇଛି ।

କୋରୋନା କାଳରେ ଏବେ ଅନେକ କିଛି ପରିବର୍ତ୍ତ ଦେଖାଯାଉଛି । ଏୟାରପୋର୍ଟରେ ଏବେ କୋରୋନା ସ୍ଥିତିକୁ ଦେଖି ଖାଦ୍ୟପାନୀୟରେ ପରିବର୍ତ୍ତନ କରାଯିବା ସହ ଖାଦ୍ୟ ଅର୍ଡର କରିବା ଶୈଳୀ ମଧ୍ୟ ବଦଳି ଯାଇଛି । ଏବେ ଯାତ୍ରୀଙ୍କ ମଧ୍ୟରେ ଆମିଷ ଖାଦ୍ୟର ଡିମାଣ୍ଡ ନଥିବାବେଳେ କର୍ମଚାରୀମାନେ ମେନୁ କାର୍ଡ ବଦଳରେ ଆଇପ୍ୟାଡ ଧରି ବୁଲୁଛନ୍ତି । ଆଉ କ୍ୟୁଆର କୋଡ ସ୍କାନ ଓ ଅନଲାଇନ ପେମେଣ୍ଟ ମାଧ୍ୟମରେ ଖାଦ୍ୟ ଯାତ୍ରୀଙ୍କ ପାଖରେ ପହଞ୍ଚାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.