ETV Bharat / bharat

1ଲକ୍ଷ ମହିଳାଙ୍କୁ ଡିଜିଟାଲ ଶିକ୍ଷା ଦେବ ଫେସବୁକ୍ - ଫେସବୁକ ଦେବ ଡିଜିଟାଲ ଶିକ୍ଷା

ଦେଶର 7ଟି ରାଜ୍ୟର 1ଲକ୍ଷ ମହିଳାଙ୍କୁ ଡିଜିଟାଲ ଶିକ୍ଷା ଦେବ ଫେସବୁକ୍ । ଏଥିପାଇଁ ଫେସବୁକ ଲଞ୍ଚ କରିଛି ‘ଉଇ ଥିଙ୍କ୍ ଡିଜିଟାଲ’ କାର୍ଯ୍ୟକ୍ରମ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

facebook provide digital literacy training
1ଲକ୍ଷ ମହିଳାଙ୍କୁ ଡିଜିଟାଲ ଶିକ୍ଷା ଦେବ ଫେସବୁକ୍
author img

By

Published : Feb 13, 2020, 10:44 AM IST

ନୂଆଦିଲ୍ଲୀ:ଫେସବୁକ୍ ଲଞ୍ଚ କରିଛି ‘ଉଇ ଥିଙ୍କ୍ ଡିଜିଟାଲ’ କାର୍ଯ୍ୟକ୍ରମ । ଏହା ଜରିଆରେ ଦେଶର 7ଟିର ରାଜ୍ୟର 1 ଲକ୍ଷ ମହିଳାଙ୍କୁ ଶିକ୍ଷିତ କରିବ ଫେସବୁକ । ଉତ୍ତରପ୍ରଦେଶ, ବିହାର, ଆସାମ, ପଶ୍ଚିମବଙ୍ଗ ଭଳି 7ଟି ରାଜ୍ୟରେ ଡିଜିଟାଲ ମାଧ୍ୟମରେ ମହିଳାଙ୍କୁ ଶିକ୍ଷିତ କରାଯିବ ।

ରାଷ୍ଟ୍ରୀୟ ମହିଳା ଆୟୋଗ(NCW) ଓ ସାଇବର ପିସ୍ ଫାଉଣ୍ଡେସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେବ । ପ୍ରଥମେ ଉତ୍ତରପ୍ରଦେଶରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ବାକି ଅନ୍ୟ ରାଜ୍ୟକୁ ବିସ୍ତାରିତ କରାଯିବ । 2019ରେ ବିଶ୍ବ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମରେ ‘ଉଇ ଥିଙ୍କ ଡିଜିଟାଲ’ କାର୍ଯ୍ୟକ୍ରମର ଘୋଷଣା କରିଥିଲା ଫେସବୁକ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ମହିଳାଙ୍କୁ ସ୍ବାକ୍ଷରିତ କରିବା, ଗୋପନୀୟତା, ସୁରକ୍ଷା ଓ ଭୁଲ ସୂଚନା ସମ୍ପର୍କରେ ସଚେତନ କରାଇବା । ମହିଳାଙ୍କୁ ଶିକ୍ଷିତ କରିବା ପାଇଁ କମ୍ପାନୀ ସରକାର ଓ ଏଜେନ୍ସି ସହିତ ମିଳିତ ଭାବେ କାମ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.