ETV Bharat / bharat

ଦେଖନ୍ତୁ, କୋରୋନା ମୁକାବିଲା ନେଇ କଣ କହିଲେ କେନ୍ଦ୍ରମନ୍ତ୍ରୀ ଜୀ କ୍ରୀଷ୍ଣା ରେଡ୍ଡୀ

author img

By

Published : Jun 28, 2020, 12:48 PM IST

ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ଦେଶବାସୀଙ୍କୁ ମହାମାରୀ କବଳରୁ ରକ୍ଷା କରିବା ପାଇଁ ପ୍ରାଣ ପଣେ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜୀ କ୍ରୀଷ୍ଣା ରେଡ୍ଡୀ।

କୋରୋନା ମୁକାବିଲା ନେଇ କଣ କହିଲେ କେନ୍ଦ୍ରମନ୍ତ୍ରୀ ଜୀ କ୍ରୀଷ୍ଣା ରେଡ୍ଡୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଲାଗି ରହିଛି କୋରୋନା କହର। ଏଥିରେ ବାଦ ପଡିନି ଭାରତ। ଏଯାବତ୍ ଭାରତରେ ସଂକ୍ରମଣ ମାମଲା 5 ଲକ୍ଷ ପାର କରିଛି। ଏହି ଘଡିସନ୍ଧି ମୁହୁର୍ତ୍ତରେ ଦେଶର ପ୍ରତିଟି ପରିସ୍ଥିତି ଉପରେ ନଜର ରଖିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ଦେଶବାସୀଙ୍କୁ ମହାମାରୀ କବଳରୁ ରକ୍ଷା କରିବା ପାଇଁ ପ୍ରାଣ ପଣେ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜୀ କ୍ରୀଷ୍ଣା ରେଡ୍ଡୀ।

ପର୍ଯ୍ୟାୟ କ୍ରମେ ଦେଶର ବିଭିନ୍ନ ରାଜ୍ୟରେ କେନ୍ଦ୍ର ସରକାର ଠୋସ୍ ରଣନୀତି ପ୍ରସ୍ତୁତ କରୁଛନ୍ତି ଏବଂ ଏହା ମଧ୍ୟ କାର୍ଯ୍ୟକାରୀ ହେଉଛି। ସମସ୍ତ ରାଜ୍ୟକୁ ମଧ୍ୟ ଅର୍ଥ ପ୍ରଦାନ କରାଯାଉଛି। ସମସ୍ତ ରାଜ୍ୟକୁ ମାସ୍କ ଏବଂ ପିପିଏ କିଟ୍ ଏବଂ ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ତେବେ ଏଭଳି ଏକ ପରିସ୍ଥିତିରେ ରାଜନୈତିକ ସ୍ବାର୍ଥରୁ ଉର୍ଦ୍ଧ୍ବରେ ରହି ସମସ୍ତେ ଏକାଠି ସହଯୋଗର ହାତ ବଢାଇବା ଉଠିତ୍। ପ୍ରତ୍ୟେକ ରାଜ୍ୟ ଏହି ମହାମାରୀ ବିରୋଧରେ ଲଢିବା ଉଚିତ୍। ଏଥିସହ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସେ ସମସ୍ତ ରାଜ୍ୟକୁ ଆଶ୍ୱାସନା ଦେଇଛନ୍ତି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି କୋଭିଡ 19କୁ ପରାସ୍ତ କରିବା। କେନ୍ଦ୍ର ଗୃହମନ୍ତ୍ରୀ ଦେଶର ସମସ୍ତ ଲୋକଙ୍କୁ ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ ନିବେଦନ କରିଛନ୍ତି। ସମସ୍ତେ ମାସ୍କ ଏବଂ ସାମାଜିକ ଦୂରତାକୁ ଅନୁସରଣ କରନ୍ତୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.