ETV Bharat / bharat

ବିମୁଦ୍ରାକରଣ ନେଲା 50 ଲକ୍ଷ ଲୋକଙ୍କ ଚାକିରି ! - pm modi

ବିମୁଦ୍ରାକରଣ ଯୋଗୁଁ ଦେଶର ବହୁ ଲୋକ ବେରୋଜଗାର ହୋଇଛନ୍ତି। ନୋଟ ବନ୍ଦୀ ହେବା ପରଠୁ ଦେଶରେ ନିଯୁକ୍ତି ସଂକଟ ଆହୁରି ଭୟାବହ ହୋଇପଡିଛି । 'ଷ୍ଟେଟ ଅଫ୍‌ ୱାର୍କିଂ ଇଣ୍ଡିଆ 2019' ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Apr 17, 2019, 10:51 AM IST

ହାଇଦ୍ରାବାଦ: ସେଦିନ ଥିଲା 2016 ନଭେମ୍ବର 8। 500 ଏବଂ 1000 ଟଙ୍କିଆ ନୋଟ ଅଚଳ ହେବ ବୋଲି ଘୋଷଣା କରିଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମୁଦ୍ରାକରଣ ହେବା କଥା ଶୁଣି ସାରା ଦେଶରେ ଚହଳ ପଡିଥିଲା । ସେହି ଦିନଠାରୁ ଆରମ୍ଭ ହୋଇଥିଲା ଏକ ସର୍ଭେ। ବିମୁଦ୍ରାକରଣ ହେବା ଯୋଗୁଁ କେତେ କ୍ଷତି ଏବଂ ଲାଭ ହୋଇଛି ତାହାର ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରୁ ଜଣାଗଲା ଯେ ବିମୁଦ୍ରାକରଣ ଯୋଗୁଁ 50 ଲକ୍ଷ ଲୋକ ନିଜ ଚାକିରି ହରାଇଛନ୍ତି ।

ବିମୁଦ୍ରାକରଣ ଯୋଗୁଁ ଦେଶର ବହୁ ଲୋକ ବେରୋଜଗାର ହୋଇଛନ୍ତି । ନୋଟ ବନ୍ଦୀ ହେବା ପରଠୁ ଦେଶରେ ନିଯୁକ୍ତି ସଂକଟ ଆହୁରି ଭୟାବହ ହୋଇପଡିଛି । ଅଜୀମ ପ୍ରେମଜୀ ବିଶ୍ବବିଦ୍ୟାଳୟର ସେଣ୍ଟର ଫର ସଷ୍ଟେନବଲ ଏମପ୍ଲୋଏମେଣ୍ଟର 'ଷ୍ଟେଟ ଅଫ୍‌ ୱାର୍କିଂ ଇଣ୍ଡିଆ 2019' ର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ମୋଦି ସରକାରଙ୍କ ନୋଟ ବନ୍ଦୀ ନିଷ୍ପତ୍ତି 50 ଲକ୍ଷ ଲୋକଙ୍କର ନିଯୁକ୍ତି ଉପରେ ଆଞ୍ଚ ଆସିଛି। ଗତ ଏକ ଦଶନ୍ଦି ମଧ୍ୟରେ ବେରୋଜଗାରୀର ହାର ବୃଦ୍ଧି ପାଇଛି ।

'ଷ୍ଟେଟ ଅଫ୍‌ ୱାର୍କିଂ ଇଣ୍ଡିଆ 2019' ରିପୋର୍ଟ ଅନୁସାରେ ଭାରତରେ 20 ରୁ 24 ବର୍ଷ ବୟସର ଲୋକଙ୍କ ମଧ୍ୟରେ ନିଯୁକ୍ତି ସମସ୍ୟା ଅଧିକ ଦେଖିବାକୁ ମିଳିଛି । 2016 ମସିହା ପରଠୁ ଦେଶରେ ବେରୋଜଗାରୀ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଏଠାରେ କହିରଖୁଛୁ ଯେ ଦେଶର ବେରୋଜଗାରୀ ସମସ୍ୟା ଉପରେ ନ୍ୟାଶନାଲ ସ୍ପେସିଆଲ ସର୍ଭେ ଅର୍ଗାନାଇଜେସନ (ଏନଏସଏସଓ) ର ସର୍ଭେ ରିପୋର୍ଟ ଏପର୍ଯ୍ୟନ୍ତ ଜାରି କରାଯାଇନାହିଁ ।

ଭୁବନେଶ୍ୱର:ପ୍ରତିବର୍ଷ ଅଶୋକାଷ୍ଟମୀ ଅବସରରେ ଲିଙ୍ଗରାଜ ଙ୍କ ରୁକୁଣା ରଥ ଅନୁଷ୍ଠିତ ହୁଏ।ଯାହାକି ଚଳିତ ମଆସ 13 ତାରିଖ ରେ ପଡିଥିବା ବେଳେ ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆରମ୍ଭ ହୋଇଥିଲା।ତେବେ ନିର୍ଘଣ୍ଟ ସମୟ ଠାରୁ ପାଖାପାଖି 2ଘଣ୍ଟା ବିଳମ୍ବ ରେ ଏହି ଯାତ୍ରା ଆରମ୍ଭ ହେବାରୁ ପ୍ରଥମ ଦିନର ଯାତ୍ରା ମାତ୍ର 100 ମିଟର ମଧ୍ୟରେ ସୀମିତ ରହିବା ସନ୍ଧ୍ୟା ହେତୁ ରଥ ଭିଡା ବନ୍ଦ ରହିଥିଲା।
ସେହିପରି ଗତକାଲି ଦ୍ଵିତୀୟ ଦିନରେ ମଧ୍ୟ ରଥ ଯଥା ସ୍ଥାନରେ ପହଂଚି ନପାରି ବାଟରେ ରହିଥିଲା।ତେଣୁ ଆଜି ପ୍ରଶାସନ ପକ୍ଷରୁ ପୋଲିସ ଓ ସେବାୟତଙ୍କ ସହାୟତାରେ ପୁଣି ରଥ ଟଣା ଆରମ୍ଭ ହୋଇଥିଲା।ଅପରାହ୍ନ 3ଟାରୁ ଏହା ଆରମ୍ଭ ହେବା ସହ ସାଢ଼େ 3ଟା ମଧ୍ୟରେ ରଥକୁ ରାମେଶ୍ୱର ଖଳା ନିକଟରେ ପହଂଚାଯାଇଥିଲା।ରଥ ଉପରେ ନୀତିକାନ୍ତି ସମାପ୍ତ କରିବା ପରେ ଅପରାହ୍ନ ସାଢ଼େ 4ଟା ସମୟରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ପହଣ୍ଡି କରି ରାମେଶ୍ୱର ମନ୍ଦିର ମାଉସୀ ଘରକୁ ନିଆଯାଇଥିଲା।  ଭଗବାନଙ୍କ ରଥଯାତ୍ରାରେ ଏପରି ବିଶୃଙ୍ଖଳା ନିକଟରେ କେବେ ଦେଖା ଯାଇନଥିଲା।ଯାହାକି ଭକ୍ତମାନଙ୍କ ମନରେ ଦୁଃଖ ଦେଇଥିବା ଦେଖିବାକୁ ମିଳିଛି।ତେବେ ଏଥିପାଇଁ  ପ୍ରଶାସନ ଓ ସେବାୟତ ଉଭୟ ସମଭାବରେ ଦାୟୀ ବୋଲି ବ୍ରାହ୍ମଣ ନିଯୋଗର ସହସମ୍ପାଦକ ଟୁଟୁ ପଣ୍ଡା କହିଛନ୍ତି।ଯାହାକୁ ପ୍ରଶାସନ ପକ୍ଷରୁ ସମନ୍ୱୟ ରକ୍ଷା କରାଯାଇ ପାରିଥିଲେ ଏଡାଇ ଯାଇ ପାରିଥାନ୍ତା ବୋଲି ଶ୍ରୀ ପଣ୍ଡା କହିଛନ୍ତି।ଆସନ୍ତା ବୁଧବାର ବାହୁଡା ଯାତ୍ରା ଥିବା ବେଳେ ଏପରି ଅଘଟଣ ହେବା ନ ହେବା ଲିଙ୍ଗରାଜଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।ଏଥିପ୍ରତି ଏବେଠାରୁ ପ୍ରଶାସନ ନଜର ଦେବାସହ ଏହି ଭୁଲ ପାଇଁ ଜନସଧାରଣ କ୍ଷମକରିଦେବାକୁ ପରୋକ୍ଷରେ କହିଛନ୍ତି।
Laxmikanta Das
Bhubaneswar
Visual already sent by mojo 
Avb Byte-Tutu panda, Brahmana nijog saha sampaadak

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.