ETV Bharat / bharat

ଦିଲ୍ଲୀ ବାୟୁ ପୁଣି ପ୍ରଦୂଷିତ

author img

By

Published : Apr 12, 2020, 8:26 PM IST

ସାରା ଦେଶ ଲକଡାଉନ ଥିବାରୁ ଦିଲ୍ଲୀ ବାୟୁ ପ୍ରଦୂଷଣ ହ୍ରାସ ପାଇଥିଲା । ହେଲେ ଏବେ ପୁଣିଥରେ ଏହା ମଧ୍ୟମ ଶ୍ରେଣୀକୁ ପହଞ୍ଚିଛି । ଏବେ ଧିରେ ଧିରେ ଦିଲ୍ଲୀ ବାୟୁୁପ୍ରଦୂଷଣ ହେବାକୁ ଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦିଲ୍ଲୀରେ ବାୟୁ ପ୍ରଦୂଷଣ
ଦିଲ୍ଲୀରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ବାୟୁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ବିଗତ କିଛିଦିନ ଧରି ସାରା ଦେଶ ଲକଡାଉନ ଥିବାରୁ ଦିଲ୍ଲୀ ବାୟୁ ପ୍ରଦୂଷଣ ହ୍ରାସ ପାଇଥିଲା । ହେଲେ ଏବେ ପୁଣିଥରେ ଏହା ମଧ୍ୟମ ଶ୍ରେଣୀକୁ ପହଞ୍ଚିଛି । ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଏବଂ ପାଣିପାଗ ବିଭାଗ ରିସର୍ଚ ଅନୁସାରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ପିଏମ 2.5 ରେ 56 ପଏଣ୍ଟ ଥିବା ବେଳେ ପିଏମ 10 ରେ 104 ପଏଣ୍ଟ ରହିଛି । ଅର୍ଥାତ ବାୟୁପ୍ରଦୂଷଣ ମଧ୍ୟମ ଶ୍ରେଣୀର ରହିଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟମନ୍ତ୍ରଣ ବୋର୍ଡ (ସିପିସିବି) ଅନୁସାରେ, ବାୟୁର ଗୁଣବତ୍ତା ସୁଚକାଙ୍କ ଦିଲ୍ଲୀ ପ୍ରଦ୍ୟେଗିକ ବିଶ୍ବବିଦ୍ୟାଳୟରେ 108, ମୁଣ୍ଡକାରେ 131, ଦ୍ବାରିକାରେ 96, ଆଇଟିଓରେ 80 ଏବଂ ଜବାହାରଲାଲ ନେହରୁ ଷ୍ଟାଡିଅମରେ 92 ସ୍ଥାନରେ ରହିଛି । ତେବେ ଗତ ସପ୍ତାହରେ ବାୟୁର ଗୁଣବତ୍ତା ଭଲ ସ୍ଥରରେ ଥିଲା । ହେଲେ ଏପ୍ରିଲ 6 ତାରିଖରେ 9 ମିନିଟ ପାଇଁ ରାତି 9ଟାରେ ସମସ୍ତଙ୍କ ଘରେ ଲାଇଟ ବନ୍ଦ କରି ଦୀପ, କ୍ୟାଣ୍ଡେଲ ଜଳେଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଲୋକେ ଏହାକୁ ଗମ୍ଭୀରତାର ସହ ନେଇ ବହୁତ ବାଣ ଫୁଟାଇଥିଲେ । ସେଥିଲାଗି ଦିଲ୍ଲୀରେ ବାୟୂ ପ୍ରଦୂଷଣର ମାତ୍ରା ଅଚାନକ ବଢିଗଲା ।

ରାଜଧାନାରେ ରବିବାର ନ୍ୟୁନତମ ତାପମାତ୍ରା 22 ଡିଗ୍ରୀ ସେଲସିଅସ ଏବଂ ଅଧିକତମ 37 ଡିଗ୍ରୀ ସେଲସିଅସ ରହିଥିଲା । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ଦିନରେ ଦୃତଗତିରେ ପବନ ବୋହିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.