ETV Bharat / bharat

ଦିଲ୍ଲୀ ହିଂସା: ତାହିର ହୁସେନ୍ ଜାମିନ ଆବେଦନ ଖାରଜ - ଦିଲ୍ଲୀ ହିଂସା

ଦିଲ୍ଲୀର ଏକ କୋର୍ଟ ଗୁରୁବାର ପୂର୍ବତନ ଆମ ଆଦମି ପାର୍ଟି ନେତା ତାହିର ହୁସେନଙ୍କ ତିନୋଟି ମାମଲାର ଜାମିନ ଆବେଦନକୁ ଖାରଜ କରିଛନ୍ତି ।

ତାହିର ହ୍ୟୁସେନ୍ ଜାମିନ ଆବେଦନ ଖାରଜ
ତାହିର ହ୍ୟୁସେନ୍ ଜାମିନ ଆବେଦନ ଖାରଜ
author img

By

Published : Oct 22, 2020, 5:15 PM IST

ନୂଆଦିଲ୍ଲୀ: ତାହିର ହୁସେନର ଜାମିନ ଆବେଦନ ଖାରଜ । ଦିଲ୍ଲୀର ଏକ କୋର୍ଟ ଗୁରୁବାର ପୂର୍ବତନ ଆମ ଆଦମି ପାର୍ଟି ନେତା ତାହିର ହୁସେନଙ୍କ ତିନୋଟି ମାମଲାର ଜାମିନ ଆବେଦନକୁ ଖାରଜ କରିଛନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଲୀ ଦଙ୍ଗା ମାମଲାରେ ସମ୍ପୃକ୍ତ ଥିବା ତାହିର ହୁସେନ ତିନୋଟି ମାମଲାକୁ ନେଇ ଜାମିନ ଆବେଦନ କରିଥିଲା । ଏହି ତିନୋଟି ଆବେଦନକୁ ଖାରଜ କରି ଅତିରିକ୍ତ ସେସନ୍ସ ଜଜ୍ ବିନୋଦ ଯାଦବ ଉଲ୍ଲେଖ କରିଛନ୍ତି ଯେ, ‘ଏହା ପ୍ରିମା ଫେସୀ ସ୍ପଷ୍ଟ ଯେ ସେ ନିଜର ଶକ୍ତି ଏବଂ ରାଜନୈତିକ ଗାଦି ବ୍ୟବହାର କରି ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଯୋଜନା କରିଥିଲେ ’ ।

ଆବେଦନକାରୀ ଦଙ୍ଗାକାରୀ ଉସୁକାଇବା ପାଇଁ ଦଙ୍ଗା ସ୍ଥାନରେ ଉପସ୍ଥିତ ଥିବା ନେଇ ମୋ ପାଖରେ ବହୁ ପ୍ରମାଣ ରହିଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ସେ ଦଙ୍ଗାକାରୀଙ୍କୁ ‘ମାନବ ଅସ୍ତ୍ର’ ଭାବରେ ବ୍ୟବହାର କରିଥିଲେ । ଯିଏ ତାଙ୍କ ପ୍ରବର୍ତ୍ତନରେ କାହାକୁ ମଧ୍ୟ ହତ୍ୟା କରିଥାଇପାରନ୍ତି ।

ପ୍ରକାଶ ଥାଉକି, ଚଳିତ ବର୍ଷ ଫେବୃଆରୀ ମାସରେ ସିଏଏ ବିରୋଧରେ ଉତ୍ତର ପୂର୍ବ ଦିଲ୍ଲୀ ହିଂସା ମାମଲାରେ ମୋଟ 53 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 748 ଜଣ ଗୁରୁତର ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.