ETV Bharat / bharat

କ୍ବାରେଣ୍ଟିନ ଶେଷ କରି ଜେଲ ଗଲେ 11 ତବଲିଗି ଜମାତ

author img

By

Published : May 1, 2020, 4:10 PM IST

ଉତ୍ତରପ୍ରଦେଶରେ କ୍ବାରେଣ୍ଟିନ ପରେ 11 ତବଲିଗି ଜମାତଙ୍କୁ ଜେଲ ପଠାଯାଇଛି । ତେବେ ଜେଲକୁ ପଠାଯାଇଥିବା ତବଲିଗୀ ଜମାତ ଲୋକଙ୍କ ମଧ୍ୟରେ 9 ଜଣ ଥାଇଲାଣ୍ଡର ଥିବା ଜଣାପଡିଛି ।

_jail
କ୍ବାରେଣ୍ଟିନ ଶେଷ କରି ଜେଲ ଗଲେ 11 ତବଲିଗି ଜମାତ

ଲକ୍ଷ୍ନୌ:ସମଗ୍ର ଦେଶରେ କୋରୋନା କାରଣରୁ ମେ 3 ଯାଏଁ ଲକଡାଉନ ଲାଗୁ ହୋଇଛି । ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏପଟେ ଦେଶରେ ତବଲିଗି ଜମାତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଯାହାକୁ ନେଇ ଉତ୍ତରପ୍ରଦେଶରେ କ୍ବାରେଣ୍ଟିନ ପରେ 11 ତବଲୀଗ ଜମାତଙ୍କୁ ଜେଲ ପଠାଯାଇଛି ।

ତେବେ ଜେଲକୁ ପଠାଯାଇଥିବା ତବଲୀଗ ଜମାତ ଲୋକଙ୍କ ମଧ୍ୟରେ 9 ଜଣ ଥାଇଲାଣ୍ଡର ଥିବା ଜଣାପଡିଛି । ଉତ୍ତରପ୍ରଦେଶର ଶାହାଜାହାନପୁରରେ ସମସ୍ତ 11ଜଣ ତବଲିଗି ଜମାତ ଲୋକଙ୍କୁ ରିମାଣ୍ଡରେ ନିଆଯାଇ ଅସ୍ଥାୟୀ ଜେଲରେ ରଖାଯାଇଛି। ଏଥିସହ ବିଦେଶୀ ଅଧିନିୟମ ଅନୁଯାୟୀ ଥାଇଲ୍ୟାଣ୍ଡର ଜମାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ତେବେ 11 ଜଣ ତବଲିଗୀ ଜମାତଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଥାଇଲ୍ୟାଣ୍ଡର ଜମାତ୍ ବାସିନ୍ଦା କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସଂମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଏପଟେ ଅନ୍ୟ ଜମାତୀମାନଙ୍କୁ କ୍ବାରେଣ୍ଟିନରେ ରଖାଯାଇଥିଲା । ମାକୁ କ୍ୱାରାଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା । କ୍ବାରେଣ୍ଟିନ ଅବଧି ଶେଷ ହେବା ପରେ ସମସ୍ତଙ୍କୁ ଜେଲ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.