ETV Bharat / bharat

କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୩୦୪କୁ ବୃଦ୍ଧି

author img

By

Published : Feb 2, 2020, 10:18 AM IST

ରବିବାର କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୩୦୪ ଛୁଇଁଛି। ସେପଟେ ଏହି ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ଘଟି 14 ହଜାରରେ ପହଞ୍ଚିଛି।

Coronavirus death
କୋରୋନା ଭାଇରସ

ନୂଆଦିଲ୍ଲୀ: ଚୀନର ଉହାନ ସହରରେ ଉତ୍ପତ୍ତି ହୋଇଥିବା କୋରୋନା ଭାଇରସ ଆତଙ୍କ ଏବେ ସମଗ୍ର ବିଶ୍ବରେ ବ୍ୟାପି ଯାଇଛି । ଭାଇରସ ସଂକ୍ରମଣ ଜମିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି । ରବିବାର ଚୀନରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୩୦୪ ଛୁଇଁଛି। ସେପଟେ ଏହି ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ଘଟି 14 ହଜାରରେ ପହଞ୍ଚିଛି ।

ବିଶ୍ବର ଅନ୍ୟ ଦେଶକୁ ଏହି ଭୂତାଣୁ ବ୍ୟାପୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ‘ବିଶ୍ୱ ଜନସ୍ବାସ୍ଥ୍ୟ ସଙ୍କଟ’ ରୂପରେ ଘୋଷଣା କରିଛି। ବିଶ୍ବର ୧୮ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ସେପଟେ ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ର ସ୍ବଦେଶ ଫେରିବାକୁ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ନିଜ ନାଗରିକଙ୍କୁ ଏୟାରଲିଫ୍ଟ କରି ଚୀନରୁ ଫେରାଇ ଆଣୁଛି । ଶନିବାର ଭାରତ 324 ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିଥିବା ବେଳେ ରବିବାର ଅନ୍ୟ 323 ଜଣଙ୍କୁ ଚୀନରୁ ଉଦ୍ଧାର କରି ସ୍ବଦେଶ ଆଣୁଛି । ସେମାନଙ୍କ ମଧ୍ୟରେ ମାଲଦ୍ବୀପର 7ଜଣ ନାଗରିକ ମଧ୍ୟ ଥିବା ଜଣାପଡିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.