ETV Bharat / bharat

ସୋସିଆଲ ଡିଷ୍ଟାନ୍ସ ପାଇଁ ଦୋକାନୀଙ୍କ ବୁଦ୍ଧି, ଖାଲି ମଦ ବୋତଲକୁ କଲେ ବ୍ୟବହାର - varanasi social distancing liquor shops bottle numbering

ଉତ୍ତରପ୍ରଦେଶ ବାରଣାସୀ ସହରରେ ଜଣେ ମଦ ଦୋକନୀ ସାମାଜିକ ଦୂରତା ବଜାୟ ରଖିବାକୁ ନିଜର ବୁଦ୍ଧି ଲଗାଇ ଆପଣେଇଛନ୍ତି ଏହି ଉପାୟ। ସେ ଖୁବ ଚତୁରତାର ସହ ସାମାଜିକ ଦୂରତା ବଜାୟ ରଖିବାକୁ ହୋଇଥିବା ଗୋଲାକାର ମଧ୍ୟରେ ଖାଲି ମଦ ବୋତଲକୁ ନମ୍ବରିଂ କରି ରଖିଛନ୍ତି ।

varanasi social distancing liquor shops
ସୋସିଆଲ ଡିଷ୍ଟାନ୍ସ ପାଇଁ ଖାଲି ମଦ ବୋତଲର ବ୍ୟବହାର
author img

By

Published : May 6, 2020, 6:44 PM IST

ବାରଣାସୀ : ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନରେ କିଛି ମାତ୍ରାରେ କୋହଳ କରାଯାଇ ଅନେକ ରାଜ୍ୟରେ ମଦ ଦୋକାନ ଖୋଲା ଯାଇଛି । ମାତ୍ର ଦିର୍ଘଦିନ ଧରି ମଦ ଦୋକାନ ବନ୍ଦ ରହିବା ପରେ ଏବେ ନାଲି ପାଣି ନେବାକୁ ଦୋକାନରେ ଲୋକଙ୍କ ପ୍ରବଳ ଭିଡ ଜମୁଥିବା ଦେଖାଯାଉଛି । ଯାହାଦ୍ବାରା ଲୋକଙ୍କ ମଧ୍ୟରେ ସୋସିଆଲ ଡିଷ୍ଟାନ୍ସ ରହୁନି। ଏହାକୁ ଦେଖି ଉତ୍ତରପ୍ରଦେଶ ବାରଣାସୀ ସହରରେ ଜଣେ ମଦ ଦୋକନୀ ସାମାଜିକ ଦୂରତା ବଜାୟ ରଖିବାକୁ ନିଜର ବୁଦ୍ଧି ଲଗାଇ ଆପଣେଇଛନ୍ତି ଏହି ଉପାୟ।

ସେ ଖୁବ ଚତୁରତାର ସହ ସାମାଜିକ ଦୂରତା ବଜାୟ ରଖିବାକୁ ହୋଇଥିବା ଗୋଲାକାର ମଧ୍ୟରେ ଖାଲି ମଦ ବୋତଲକୁ ନମ୍ବରିଂ କରି ରଖିଛନ୍ତି । ଯାହାଦ୍ବାରା ମଦ କିଣିବାକୁ ଆସୁଥିବା ବ୍ୟକ୍ତି ସେ ଖାଲି ମଦ ବୋତଲକୁ ନମ୍ବରିଂ କରି ଠିଆ ହେବାକୁ କରାଯାଇଥିବା ଗୋଲାକାର ଭିତରେ ରଖି ସେଥିମଧ୍ୟରେ ଲୋକଙ୍କୁ ଛିଡା ହେବାକୁ ପଡିବ ।

ଏହା ମାଧ୍ୟମରେ ନାଲିପାଣିର ଶୈକିନ ରଖୁଥିବା ଲୋକଙ୍କ ସଉକ ପୂରା ହେବା ସହ ସାମାଜିକ ଦୂରତା ମଧ୍ୟ ବଜାୟ ରହୁଛି । ପରେ ସେଲ୍ସମ୍ୟାନ ମଦ ବୋତଲରେ ଲେଖାଯାଇଥିବା ନମ୍ବର ଅନୁସାରେ, ପାଟି କରି କହିଲେ, ମଦ କିଣିବାକୁ ଆସିଥିବା ଲୋକ ବି ନମ୍ବର ଲେଖା ହୋଇଥିବା ସେହି ଖାଲି ମଦ ବୋତଲକୁ ନେଇ ସେଲସମ୍ୟାନକୁ ଦେଖାଇ ମଦ କିଣିପାରୁଛନ୍ତି । ଏହାକୁ ଦେଖି ମଦ କିଣିବାକୁ ଆସୁଥିବା ଲୋକେ ଦୋକାନୀଙ୍କ ବୁଦ୍ଧିକୁ ଖୁବ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.