ETV Bharat / bharat

ରାଜସ୍ଥାନରେ 11 ନୂଆ କୋରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 815କୁ ବୃଦ୍ଧି

corona live updates, Total number of deaths rise to 308, 35 deaths in last 24hours; India's total number of Coronavirus positive cases rises to 9152
ଦେଶରେ 24 ଘଣ୍ଟାରେ କୋରୋନାରେ 35 ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା 3ଶହ ଟପିଲା
author img

By

Published : Apr 13, 2020, 10:06 AM IST

Updated : Apr 13, 2020, 3:40 PM IST

15:39 April 13

ମୁମ୍ବାଇରେ ଆଜି 59 ନୂଆ କୋରୋନା ପଜିଟିଭ, ମହାରାଷ୍ଟ୍ରର ମୋଟ ପଜିଟିଭ 2064କୁ ବୃଦ୍ଧି

ମହାରାଷ୍ଟ୍ର:ମୁମ୍ବାଇରେ ଆଜି 59ଟି ପଜିଟିଭ ମାମଲା ସହିତ ରାଜ୍ୟରେ 82ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି । ଫଳରେ ମହାରାଷ୍ଟ୍ରର ମୋଟ ପଜିଟିଭ ମାମଲା ବର୍ତ୍ତମାନ 2064ରେ ପହଞ୍ଚିଛି ।  

15:39 April 13

କର୍ଣ୍ଣାଟକରେ 15ଟି ନୂଆ କୋରୋନା ପଜିଟିଭ, ମୋଟ ସଂଖ୍ୟା 247କୁ ବୃଦ୍ଧି

କର୍ଣ୍ଣାଟକ: ଆଜି ରାଜ୍ୟରେ 15ଟି ନୂଆ କୋରୋନା ପଜିଟିଭ ରେକର୍ଡ ହୋଇଛି | ଫଳରେ ମୋଟ ପଜିଟିଭ ସଂଖ୍ୟା 247ରେ ପହଞ୍ଚିଛି | 59 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ଆଜି ଚିହ୍ନଟ 15ଟି ନୂତନ ମାମଲା ମଧ୍ୟରୁ 13ଟି ବ୍ୟକ୍ତିଗତ ଯୋଗାଯୋଗରୁ ସଂକ୍ରମିତ ହୋଇଛି । ଅନ୍ୟପକ୍ଷରେ ଜଣଙ୍କର ଦିଲ୍ଲୀ ଯାତ୍ରା ଓ  ଅନ୍ୟଜଣଙ୍କର ଶ୍ବାସକ୍ରିୟା ସଂକ୍ରମଣ ରହିଛି |

10:16 April 13

ରାଜସ୍ଥାନରେ 11 ନୂଆ କୋରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 815କୁ ବୃଦ୍ଧି

ରାଜସ୍ଥାନ: ରାଜ୍ୟରେ 11 ଟି ନୂଆ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ଭରତପୁରରୁ 10ଟି ମାମଲା ରିପୋର୍ଟ ହୋଇଥିବା ବେଳେ ବଂଶୱାରାରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଲରେ ରାଜ୍ୟର ମୋଟ ପଜିଟିଭ ସଂଖ୍ୟା 815କୁ ବୃଦ୍ଧି ପାଇଛି ।

10:16 April 13

ଧାରଭୀରେ ପୁଣି 4 ପଜିଟିଭ ଚିହ୍ନଟ, ମୋଟ ପଜିଟିଭ ମାମଲା 47କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରର ଧାରଭୀରେ ଆଜି 4ଟି ନୂଆ କୋରୋନା ପଜିଟିଭ ମାମଲା ଓ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି । ଫଳରେ ଧାରଭୀରେ ମୋଟ ପଜିଟିଭ ମାମଲା 47କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଛି ।  

09:38 April 13

ଦେଶରେ 24 ଘଣ୍ଟାରେ କୋରୋନାରେ 35 ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା 3ଶହ ଟପିଲା

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 35 ଜଣ କୋରୋନା ପଜିଟିଭଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା 308କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିପରି ମୋଟ କୋରୋନା ପଜିଟିଭ ସଂଖ୍ୟା 9152କୁ ବୃଦ୍ଧି ପାଇଛି ।  ମୋଟ ମାମଲା ମଧ୍ୟରୁ 7987 ଜଣ ଚିକିତ୍ସିତ ହେଉଥିବା ବେଳେ  856 ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି ।  

ମହାରାଷ୍ଟ୍ରରେ ସର୍ବାଧିକ 1985 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 1043, ଦିଲ୍ଲୀରେ 1154, କେରଳରେ 376, ତେଲେଙ୍ଗାନା 504, ଉତ୍ତରପ୍ରଦେଶରେ 483, ରାଜସ୍ଥାନରେ 804 ଓ ଆନ୍ଧ୍ରପ୍ରଦେଶରେ 427 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 149 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 25, ମଧ୍ୟପ୍ରଦେଶରେ 36, ଦିଲ୍ଲୀରେ 24, ତେଲେଙ୍ଗାନାରେ 9, ତାମିଲନାଡୁରେ 11, କର୍ଣ୍ଣାଟକରେ 6 ଓ ଆନ୍ଧ୍ରପ୍ରଦେଶରେ 7 ଜଣଙ୍କର ମୃତ୍ୟୁ ହୋଇଛି ।

Last Updated : Apr 13, 2020, 3:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.