ETV Bharat / bharat

16ଟି ଭାଷାରେ ହେବ 2021 ଜନଗଣନା: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ - 2021 ଜନଗଣନା

୨୦୨୧ରେ ହେବାକୁ ଥିବା ଦେଶର ୧୬ତମ ଜନଗଣନା 16ଟି ଭାଷାରେ କରାଯିବ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 19, 2019, 11:59 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ୨୦୨୧ରେ ହେବାକୁ ଥିବା ଦେଶର ୧୬ତମ ଜନଗଣନାକୁ ନେଇ ଲୋକସଭାରେରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆଗାମୀ ଜନଗଣନା 16ଟି ଭାଷାରେ କରାଯିବ । ମୋବାଇଲ ଜନଗଣନାକୁ ନେଇ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, 2021 ଜନଗଣନାରେ ଡାଟା ସଂଗ୍ରହ ସମୟରେ ମିକ୍ସ ମୋଡ ଆପ୍ରୋଚର ବ୍ୟବହାର କରାଯିବ ବୋଲି କହିଛନ୍ତି ।

ଏହାସହ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆହୁରି କହିଛନ୍ତି ଯେ, ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଟେକନିକ୍‌ ପରାମର୍ଶଦାତା କମିଟି (ଟିଏସି)ର ପ୍ରସ୍ତାବ ପରେ ଜନଗଣନାକୁ ନେଇ ପ୍ରସ୍ତୁତ ପ୍ରଶ୍ନାବଳୀରେ ପରିବର୍ତ୍ତନ ନେଇ ପ୍ରଶ୍ନରେ ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ବ୍ୟୟ ବିତ୍ତ ସମିତି(ଇଏଫସି) 16 ଭାଷାରେ 2021 ଜନଗଣନା ସଞ୍ଚାଳନ କରିବା ପାଇଁ 8754.23 କୋଟି ଖର୍ଚ୍ଚ ନେଇ ସୁପାରିଶ କରିଛନ୍ତି । ଲୋକମାନେ ନିଜ ନିଜ ସ୍ମାର୍ଟ ଫୋନର ବ୍ୟବହାର କରି ମୋବାଇଲ ଆପ୍‌ ମାଧ୍ୟମରେ ଡାଟା ଏକତ୍ରୀତ କରିବା ସହଜ ହେବ ।

୨୦୨୧ରେ ହେବାକୁ ଥିବା ଦେଶର ୧୬ତମ ଜନଗଣନା ମୋବାଇଲ ଆପ ଯୋଗେ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପୂର୍ବରୁ ଘୋଷଣା କରିଥିଲେ ଏଥିପାଇଁ ପାଖାପାଖି ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହାସହ ଜନଗଣନାର ଡିଜିଟାଲ ତଥ୍ୟ ୱେବସାଇଟରେ ଉପଲବ୍ଧ ରହିବ। ଲୋକେ ବିଶ୍ଲେଷଣ ପାଇଁ ଏହାର ବ୍ୟବହାର କରିପାରିବେ ବୋଲି ଅମିତ ଶାହା କହିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.