ETV Bharat / bharat

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିରେନ୍ଦ୍ର କୁମାର - Rashtrapati Bhawan

କାମଚଳା ବାଚସ୍ପତୀ ଭାବେ ବିଜେପି ସାଂସଦ ବିରେନ୍ଦ୍ର କୁମାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଂସଦ ବିରେନ୍ଦ୍ରଙ୍କୁ ଶପଥ ପାଠ କରାଇଥିଲେ । ଏହି ଶପଥପାଠ ଉତ୍ସବ ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଥିଲା ।

ଫାଇଲ ଫଟୋ
author img

By

Published : Jun 17, 2019, 12:05 PM IST

ନୂଆଦିଲ୍ଲୀ: 17ତମ ଲୋକସଭା ପାଇଁ କାମଚଳା ବାଚସ୍ପତୀ ଭାବେ ବିଜେପି ସାଂସଦ ବିରେନ୍ଦ୍ର କୁମାର ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଂସଦ ବିରେନ୍ଦ୍ରଙ୍କୁ ଶପଥ ପାଠ କରାଇଥିଲେ । ଏହି ଶପଥପାଠ ଉତ୍ସବ ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଥିଲା ।

ଖବର ଅନୁଯାୟୀ, ବିରେନ୍ଦ୍ର କୁମାର (65) । ସେ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ବିଜେପି ସାଂସଦ ଟିକେଟରେ ମଧ୍ୟପ୍ରଦେଶ ଟିକାମଗଡରୁ ବିଜୟ ଲାଭ କରିଛନ୍ତି । ତେବେ 2014 ରୁ ସେ ମୋଦି ସରକାରଙ୍କ ସମୟରେ ମନ୍ତ୍ରୀପଦ ଦାୟିତ୍ବ ନେଇସାରିଛନ୍ତି । ତେବେ ନବନିର୍ବାଚିତ ପ୍ରାର୍ଥୀମାନଙ୍କୁ ନେଇ ପ୍ରଥମ ଲୋକସଭା ବୈଠକ ଜୁନ 17 ରୁ ଜୁଲାଇ 26 ତାରିଖ ମଧ୍ୟରେ ଅନୁଷ୍ଠିତ କରାଯାଇଛି ।

ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଏମସି ପକ୍ଷରୁ ଚଢ଼ାଉ।୪୦ କେଜିରୁ ଉର୍ଦ୍ଧ୍ବ ପଲିଥିନ ଜବତ।ପଲିଥିନ ଜବତ ନେଇ ବିଏମସିର ତନାଘନା।ପଲିଥିନ ବ୍ୟବହାର ନେଇ ସରକାରଙ୍କ କଟକଣା ସତ୍ୱେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ପଲିଥିନ ଜବତ ହୋଇଛି।ବିଏମସି ,ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ ,ଜଙ୍ଗଲ ବିଭାଗ ଏବଂ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଏହି ଚଢ଼ାଉ ହୋଇଥିଲା।ସରକାରୀ ଛୁଟି ଥିବାରୁ ଗୋଟିଏ ଟିମ ଚଢ଼ାଉରେ ସାମିଲ ହୋଇଥିଲେ।

ଶନିବାର ଭୁବନେଶ୍ବର, ଜୟଦେବ ବିହାର ଛକରୁ ଆରମ୍ଭ ହୋଇଥିଲା ଏହି ଚଢ଼ାଉ।ଚନ୍ଦ୍ରଶେଖରପୁର ,ନୀଳାଦ୍ରି ବିହାର, ପଟିଆ ପର୍ଯ୍ୟନ୍ତ ଭେଣ୍ଡିଙ୍ଗ ଯୋନ ,ଉଠା ଦୋକାନୀ ଗୁଡିକରେ ଏହି ଚଢ଼ାଉ କରାଯାଇଥିଲା।ଚଢ଼ାଉ ବେଳେ ୪୦ କେ ଜି ରୁ ଉର୍ଦ୍ଧ୍ବ ପଲିଥିନ ଜବତ ହୋଇଥିଲା।୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଫାଇନ ଆଦାୟ କରାଯାଇଥିଲା।

କମ୍ପାନୀ କୁ ବନ୍ଦ କଲେ ଠିକ ହୁଅନ୍ତା, ଲୋକମାନେ ସବୁ ଥିରେ ପଲିଥିନ ମାଗୁଛନ୍ତି।ଯେଉଁଠି ପଲିଥିନ ଉତ୍ପାଦନ ହେଉଛି ତାକୁ ବନ୍ଦ କରିବା ଦରକାର।ଗୋଦାମରେ ଟ୍ରକ ଟ୍ରକ ପଲିଥିନ ବିକ୍ରି ହେଉଛି।ଖୁଚୁରା ବ୍ୟବସାୟୀ ଆମେ ,ଆମକୁ ଧରିଲେ କଣ ହେବ ବୋଲି ଚନ୍ଦ୍ରଶେଖରପୁର ସ୍ଥିତ ଭେଣ୍ଡିଙ୍ଗ ଯୋନରେ ଥିବା ଫଳ ବ୍ୟବସାୟୀ କହିଛନ୍ତି।

ସେପଟେ ବିଏମସି ଏନଫୋର୍ସମେଣ୍ଟ ଇନିସ୍ପପେକ୍ଟର ବିମାନ ବେଉରାଙ୍କ ମତରେ ସକାଳୁ ଚଢ଼ାଉ ଆରମ୍ଭ କରିଛୁ, ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼, ଜଙ୍ଗଲ ବିଭାଗ, ପୋଲିସ ଅଧିକାରୀ ,ସମସ୍ତଙ୍କ ମିଳିତ ଉଦ୍ୟମରେ ଏ ଚଢ଼ାଉ ଜାରି ରହିଛି।ଏବେ ସୁଦ୍ଧା ୪୦ କେଜିରୁ ପଲିଥିନ ଜବତ ହୋଇଛି।୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଫାଇନ ଆଦାୟ କରାଯାଇଛି।ଦୁଇଟି ଟିମ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି।

ସୂଚନା ଥାଉ କି ଗତବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟରେ ପଲିଥିନ ନିଷିଦ୍ଧ ଘୋଷଣା କରାଯାଇଥିଲା।ଦୀର୍ଘ ୯ ମାସ ବିତିଯାଇଥିଲେ ବି ବିଏମସି ଅଞ୍ଚଳରେ ପଲିଥିନ, ପ୍ଲାଷ୍ଟିକ ବ୍ୟବହାର କମିବାର ନାଁ ଧରୁନି।ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ବହୁଳ ମାତ୍ରାରେ ପଲିଥିନ ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.