ETV Bharat / bharat

ଅନାଥ ପିଲାଙ୍କ ପ୍ରତି ସରକାର ଦୃଷ୍ଟି ଦେବାକୁ ରାଜ୍ୟସଭାରେ ଦାବି

author img

By

Published : Feb 10, 2021, 10:28 AM IST

ରାଜ୍ୟସଭାରେ ଅନାଥ ପିଲାଙ୍କ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଅଧିକ ପଢନ୍ତୁ...

ରାଜ୍ୟସଭାରେ ଦାବି
ରାଜ୍ୟସଭାରେ ଦାବି

ନୂଆଦିଲ୍ଲୀ: ରାଜ୍ୟସଭାରେ ଅନାଥ ପିଲାଙ୍କ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ପ୍ରତ୍ୟେକ ଶିଶୁ ଦେଶର ଉଜ୍ଜଳ ଭବିଷ୍ୟତ ହୋଇଥିବାବେଳେ ଅନାଥ ଶିଶୁ ମାନେ ରାସ୍ତାରେ ବିଭିନ୍ନ ସାମଗ୍ରୀ ଗୋଟାଇ ବଞ୍ଚୁଥିବା ଦେଖାଯାଏ । ଏମାନଙ୍କର କେହି ନଥାନ୍ତି । ତେଣୁ ଏହି ପିଲାଙ୍କ ପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ଅନେକ ଅନାଥ ପିଲା ଶିକ୍ଷା ଅଭାବରୁ ଅସାମାଜିକ ହୋଇଯାଉଛନ୍ତି । ଏଥି ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହିତ ସେମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ରହିବାର ସୁବିଧା ଦେବାକୁ ବିଶେଷ ଭାବେ ଧ୍ୟାନ ଦିଆଯାଉ ବୋଲି ସାଂସଦ କହିଛନ୍ତି । ସେହିପରି ଏମାନଙ୍କ ଉନ୍ନତି ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

ଏହାସହ ଦେଶରେ ପାଖାପାଖି 1 ବର୍ଷରୁ 17 ବର୍ଷ ମଧ୍ୟରେ 31 ମିଲିୟନ ଅନାଥ ପିଲା ଭାରତରେ ଥିବା ଏକ ସର୍ଭେରୁ ଜଣାପଡିଛି ବୋଲି ସେ ଦର୍ଶାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନିଅନ୍ତୁ ବୋଲି ସାଂସଦ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.