ନୂଆଦିଲ୍ଲୀ: 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ସେ ମୋଦିଙ୍କୁ ଟେଲିଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ନେତା 2020 ନୂତନ ବର୍ଷ ଉପଲକ୍ଷେ ମଧ୍ୟ ଶୁଭେଚ୍ଛା ଆଦାନ ପ୍ରଦାନ କରିଛନ୍ତି ।
ଏହି ବାର୍ତ୍ତାଳାପରେ ମୋଦି ଓ ନେତାୟାହୁ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସଙ୍କଳ୍ପ ନେଇଛନ୍ତି । ଏହା ବ୍ୟତୀତ ଅନ୍ୟ କ୍ଷେତ୍ରରେ ବି ସହଭାଗିତା ବୃଦ୍ଧି ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।