ନୂଆଦିଲ୍ଲୀ: ଦିଲ୍ଲୀ ରୁ ବେଙ୍ଗାଲୁରୁ ଅଭିମୁଖେ ଯାତା କରୁଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି।
ଏନେଇ ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କହିଛି ଯେ, ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ 6E 122 ବିମାନରେ ଜଣେ ଯାତ୍ରୀ ସମୟ ପୂର୍ବରୁ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ମା' ଓ ସନ୍ତାନ ସୁସ୍ଥ ଅଛନ୍ତି ଏବଂ ବିମାନଟି ବୁଧବାର ସନ୍ଧ୍ୟା 7:40 ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଛି।
ବିମାନଟି ବାଙ୍ଗାଲୋରରେ ଅବତରଣ କଲାବେଳେ ପିଲାଟିକୁ ବିମାନବନ୍ଦରରେ ବହୁତ ସ୍ବାଗତ କରାଯାଇଥିଲା। ବିମାନ କ୍ରୁ ସଦସ୍ୟମାନଙ୍କ ସହିତ ଶିଶୁର ଫଟୋ ସୋସିଆଲ ମିଡିଆରେ ବହୁଳ ଭାବେ ସେୟାର କରାଯାଇଛି । ୟୁଜର୍ସ ମାନେ ଇଣ୍ଡିଗୋର କ୍ରୁ ସଦସ୍ୟମାନଙ୍କୁ ପ୍ରଶଂସା କରୁଛନ୍ତି ।
ବ୍ୟୁରୋ ରିୁପୋର୍ଟ, ଇଟିଭି ଭାରତ