ETV Bharat / bharat

ଆସାମ ବନ୍ୟା ସ୍ଥିତି, ମୃତ୍ୟୁ ସଂଖ୍ୟା 108କୁ ବୃଦ୍ଧି

author img

By

Published : Jul 31, 2020, 8:14 AM IST

ଆସାମରେ ବନ୍ୟା ଯୋଗୁଁ କମୁନି ଲୋକଙ୍କ ଦୁର୍ଦ୍ଦଶା , ମୃତ୍ୟୁ ସଂଖ୍ୟା 108କୁ ବୃଦ୍ଧି । 82,170 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ । ଅଧିକ ପଢନ୍ତୁ...

Assam flood situation improves but 12L people still in distress
ସୁଧୁରୁଛି ଆସାମର ବନ୍ୟା ସ୍ଥିତି:ମୃତ୍ୟୁ ସଂଖ୍ୟା 108କୁ ବୃଦ୍ଧି

ଗୌହାଟୀ: ସୁଧୁରୁଛି ଆସାମର ବନ୍ୟା ପରିସ୍ଥିତି । ହେଲେ କମୁନି ଲୋକଙ୍କ ଦୁର୍ଦ୍ଦଶା । ମୃତ୍ୟୁ ସଂଖ୍ୟା 108କୁ ବୃଦ୍ଧି ପାଇଛି । 22ଟି ଜିଲ୍ଲାର 12 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ବେଳେ 1,339 ଗାଁ ଜଳବନ୍ଦୀ ରହିଛି । ଏପର୍ଯ୍ୟନ୍ତ 82,170 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଥୋରିଟିଙ୍କ ପକ୍ଷରୁ ସୂଚନା ମିଳିଛି ।

କାଜିରଙ୍ଗା ଜାତୀୟ ଉଦ୍ୟାନରେ 143 ବନ୍ୟଜନ୍ତୁ ପ୍ରାଣ ହରାଇଥିବା ବେଳେ 167 ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟର ପଶ୍ଚିମରେ ଥିବା 5ଟି ଜିଲ୍ଲା ବାରପେଟା 78,755, ମୋରିଗାଓଁ 234,268, ଧୁବ୍ରି 151,997 ଓ ଦକ୍ଷିଣ ସଲମାରା 91,402 ଲୋକେ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ନଦୀ ଜୋରହାଟ, ଧୁବ୍ରି ଏବଂ ସୋନୀତପୁରର ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବହିତ ହେଉଛି । ସେହିପରି, ଧାନସିରୀ, ଜିଆ ଭରଲୀ ଓ କୋପିଲି ନଦୀ ଚାରିଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଅନ୍ୟପଟେ,22ଟି ଜିଲ୍ଲାରେ 135ଟି ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାର 29,981 ଲୋକେ ଆଶ୍ରୟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.