ETV Bharat / bharat

ଦିଲ୍ଲୀ ପ୍ରଦୂଷଣ, ପଡ଼ୋଶୀ ରାଜ୍ୟରେ ନଡ଼ାଗଦା ନ ଜାଳିବାକୁ କେଜ୍ରିୱାଲଙ୍କ ଅପିଲ

author img

By

Published : Nov 6, 2020, 3:49 PM IST

ପଡ଼ୋଶୀ ରାଜ୍ୟରେ ଚାଷୀଙ୍କୁ ନଡ଼ାଗଦା ନଜାଳିବାକୁ ଅପିଲ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ନଡ଼ା ଗଦା ଜାଳିବା ଦ୍ବାରା ପ୍ରତିବର୍ଷ ଦିଲ୍ଲୀରୁ ପ୍ରବଳ ମାତ୍ରାରେ ବାୟୁ ପ୍ରଦୂଷଣ ହେଉଛି। ଅଧିକ ପଢ଼ନ୍ତୁ...

ଶୀତଦିନେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଆଶଙ୍କା, ପଡ଼ୋଶୀ ରାଜ୍ୟରେ ନଡ଼ାଗଦା ନଜାଳିବାକୁ କେଜ୍ରୱାଲଙ୍କ ଅପିଲ

ନୂଆଦିଲ୍ଲୀ: ପଡ଼ୋଶୀ ରାଜ୍ୟର ଚାଷୀଙ୍କୁ ନଡ଼ାଗଦା ନଜାଳିବାକୁ ଅପିଲ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ନଡ଼ା ଗଦା ଜାଳିବା ଦ୍ବାରା ପ୍ରତିବର୍ଷ ଦିଲ୍ଲୀରୁ ପ୍ରବଳ ମାତ୍ରାରେ ବାୟୁ ପ୍ରଦୂଷଣ ହେଉଛି। ଏହାସହ ପୂରା ରାଜଧାନୀ ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଥାଏ। ଫଳରେ ଦିଲ୍ଲୀବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ନଡ଼ା ଗଦାକୁ ନଜାଳି ଏହାକୁ କମ୍ପୋଷ୍ଟରେ ପରିଣତ କରାଇବାକୁ ଅପିଲ କରିଛନ୍ତି କେଜ୍ରିୱାଲ। ବିଶେଷ କରି ଶୀତଦିନେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ଆଶଙ୍କା ରହିଥିବାକୁ ଏହି ଅପିଲ କରିଛନ୍ତି କେଜ୍ରିୱାଲ।

ଏହି ନଡ଼ାଗଦା ଜଳାଇବା ପରିବର୍ତ୍ତେ ଏହାକୁ କମ୍ପୋଷ୍ଟରେ ପରିଣତ କରିବାକୁ ଚାଷୀମାନଙ୍କୁ ତାଲିମ ଦେବାକୁ ସେ ନିବେଦନ କରିଛନ୍ତି। ପ୍ୟୁସା ସଂସ୍ଥା(pusa institute) ପକ୍ଷରୁ ନଡ଼ାକୁ କମ୍ପୋଷ୍ଟରେ ପରିଣତ କରିବାକୁ ଏକ କୌଶଳ ବାହାର କରିଛନ୍ତି। ଏହାଦ୍ବାରା ମାତ୍ର 20 ଦିନ ମଧ୍ୟରେ ନଡ଼ାଗଦା କମ୍ପୋଷ୍ଟରେ ପରିଣତ ହୋଇଯିବ। ଫଳରେ ଏହି କମ୍ପୋଷ୍ଟକୁ ପରବର୍ତ୍ତୀ ସମୟରେ ଚାଷୀମାନେ ଚାଷ କାର୍ଯ୍ୟରେ ଲଗାଇପାରିବେ। ଏହି ପ୍ରକ୍ରିୟା ଦିଲ୍ଲୀରେ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ଦେୟମୁକ୍ତ ଭାବେ ଚାଷୀଙ୍କୁ ଏହି କୌଶଳ ଶିଖାଯାଇଛି। ଫଳରେ ଏହାର ଲାଭ ଦିଲ୍ଲୀକୁ ମିଳି ପାରିଛି।

ପ୍ୟୁସା ସଂସ୍ଥା ପକ୍ଷରୁ ଜୈବିକ ଉପାୟରେ ଏକ ଔଷଧ ବାହାର କରାଯାଇଛି। ଏହାକୁ ନଡ଼ା ଉପରେ ସିଞ୍ଚନ କଲେ 20 ମଧ୍ୟରେ ନଡ଼ା କମ୍ପୋଷ୍ଟରେ ପରିଣତ ହୋଇଯାଇଥାଏ। ନଡ଼ା ଜଳାଉଥିବା ଗରିବ ଚାଷୀଙ୍କୁ କେତେକ ରାଜ୍ୟରେ ଗିରଫ କରାଯାଉଛି। ସେମାନଙ୍କୁ ଗିରଫ ବଦଳରେ ଏହି କୌଶଳ ଶିଖାଇବାକୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ଗତବର୍ଷ କେବଳ ପଞ୍ଜାବରେ ସେପ୍ଟେମ୍ବର 21 ତାରିଖରୁ ଚଳିତ ବର୍ଷ ନଭେମ୍ବର 2 ତାରିଖରେ ମଧ୍ୟରେ 49 ପ୍ରତିଶତ ନଡ଼ା ଜଳାଯାଇଛି। ଫଳରେ ପଞ୍ଜାବ ସମେତ ଦିଲ୍ଲୀର ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ପଞ୍ଜାବ ସରକାର ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଘଟଣାକୁ ନେଇ ପଞ୍ଜାବରେ ମଧ୍ୟ କିଛି ଚାଷୀଙ୍କୁ ଗିରଫ କରାଯାଇଥିଲା। ବାୟୁ ପ୍ରଦୂଷଣ ଯୋଗୁଁ ଜମିରେ ନଡ଼ାଗଦା ଜାଳିବାକୁ ବିଭିନ୍ନ ରାଜ୍ୟରେ ବାରଣ କରାଯାଇଛି।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.