ନୂଆଦିଲ୍ଲୀ: ବାୟୁସେନାକୁ ଅତ୍ୟଧିକ ଶକ୍ତିଶାଳୀ ଓ ପ୍ରଭାବଶାଳୀ କରିବା ପାଇଁ କେନ୍ଦ୍ର ସରକାର ସଙ୍କଳ୍ପବଦ୍ଧ । ଏଥିପାଇଁ 5000କୋଟି ଟଙ୍କାର ଆକାଶ ମିସାଇଲ ପରିଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ କମିଟି ନିକଟରେ ବାୟୁସେନା ପାଇଁ 5000 କୋଟି ଟଙ୍କାର ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ଆକାଶ ମିସାଇଲ ପାକିସ୍ତାନ ଓ ଚୀନ ସୀମାରେ ମୁତୟନ ହେବ ବୋଲି ଜଣାଯାଇଛି ।
ଶତ୍ରୁ ବିଧ୍ବଂସୀ ଭାବରେ ପରିଚିତ ଏହି ଅମୋଘ ଅସ୍ତ୍ର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ । ଆକାଶରେ ଆକାଶ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମରେ ଶତ୍ରୁ ପକ୍ଷର ଲଢୁଆ ବିମାନକୁ ଧ୍ବସ୍ତବିଧ୍ବସ୍ତ କରିବାରେ ମାହିର । ଖାସ୍ ଏଥିପାଇଁ 6 ସ୍କ୍ବାଡ୍ରନ୍ ‘ଆକାଶ’ ମିସାଇଲ ସିଷ୍ଟମ କ୍ରୟ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ସୂତ୍ରୁ ପ୍ରକାଶିତ ଯେ ତିନି ବର୍ଷ ତଳର ଏହି ପ୍ରସ୍ତାବକୁ ସରକାର ମଞ୍ଜୁରୀ ଦେଇଥିବାରୁ ବାୟୁସେନାର ଏବେ ବାୟୁସେନାରେ ଆକାଶ ମିସାଇଲ ସିଷ୍ଟମ୍ ୧୫କୁ ବୃଦ୍ଧି ପାଇବ। ।
‘ଆକାଶ’ ମିଶାଇଲ ସିଷ୍ଟମା ପାଇଁ ପ୍ରଥମେ ବାୟୁସେନା ଦୁଇଟି ସ୍କ୍ବାଡ୍ରନ୍ ପାଇଁ ଅର୍ଡର କରିଥିଲା । ମାତ୍ର ପରେ ଏହାର କ୍ଷମତା ଓ ଦକ୍ଷତାକୁ ଦେଖି ଏହାର ସଂଖ୍ୟାରେ ବୃଦ୍ଧି କରାଯାଇଛି । ଗତ ବର୍ଷ ସୂର୍ଯ୍ୟ ଲଙ୍କା ଯୁଦ୍ଧାଭ୍ୟାସ ବେଳେ ଇସ୍ରାଏଲ ମିଶାଇଲ ଓ ଅନ୍ୟ ଦେଶର ମିଶାଇଲଙ୍କ ସହ ଭାରତ ଏୟାରଡିଫେନ୍ସ ମିସାଇଲ ସହ ‘ଆକାଶ’ ମିସାଇଲ ସିଷ୍ଟମ୍ର ପରୀକ୍ଷା କରାଯାଇଥିଲା । ଏହି ସମରାଭ୍ୟାସରେ ଆକାଶ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ବୋଲି ଏହି ସୂତ୍ରରୁ କୁହାଯାଇଛି । ଫଳରେ ବିଦେଶୀ ମିସାଇଲ ପରିବର୍ତ୍ତେ ପ୍ରତିରକ୍ଷା ମନ୍ତ୍ରଣାଳୟ ‘ଆକାଶ’କୁ ଚୟନ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅପରେସନ୍ ବାଲାକୋଟ ପରେ ଏହାର ଆବଶ୍ୟକତା ଅନୁଭବ କରାଯାଇଥିଲା । ଏହାକୁ ଆଖି ଆଗରେ ରଖି ବାୟୁସେନା ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । କିଛି ଦିନ ତଳେ ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରାଇବା ପାଇଁ ଆଜି ବାୟୁସେନାରେ ସାମିଲ କରାଯଇଛି ଅତ୍ୟାଧୁନିକ ଆପାଚେ ହେଲିକପ୍ଟର । ଏହି ଆପାଚେ AH-64E ଦୁନିଆର ସବୁଠୁ ଲଢ଼ୁଆ ହେଲିକପ୍ଟର ବୋଲି କୁହାଯାଉଛି।