ଗାନ୍ଧୀନଗର: ଗୋଟିଏ ସପ୍ତାହ ପାଇଁ ଅହମଦାବାଦରେ ସଟଡାଉନ ଘୋଷଣା କରାଯାଇଛି । ଗୁଜୁରାଟରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଯାବତ୍ ମୋଟ 6,625 ଆକ୍ରାନ୍ତଙ୍କ ମଧ୍ୟରୁ ଅହମଦାବାଦରୁ 4425ଟି ମାମଲା ରହିଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 273ରେ ପହଞ୍ଚିଲାଣି । ଆଗାମୀ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କେବଳ ଔଷଧ ଏବଂ କ୍ଷୀର ଦୋକାନ ଖୋଲା ରହିବ । ଏହା ଛଡା ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଶନିବାର ଠାରୁ ସୁରଟ ସଟଡାଉନ ହେବ ।
ଲକଡାଉନ ଘୋଷଣା ପରେ ଏଠାରେ ଅନଲାଇନ ଫୁଡ ଅର୍ଡର ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି । ବର୍ତ୍ତମାନ ମଧ୍ୟ କୌଣସି ଅନଲାଇନ ଡେଲିଭେରି ନେଇ ଅନୁମତି ମିଳିନାହିଁ ।