ETV Bharat / bharat

ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପର ହେବ ସମୀକ୍ଷା - maharashtra government to review this project

ମୁମ୍ବାଇ- ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପର ହେବ ସମୀକ୍ଷା । ସମୀକ୍ଷା ପାଇଁ ପରିବାରକୁ ଆଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ।

Ahmedabad-mumbai bullet train
ଫାଇଲ ଫଟୋ
author img

By

Published : Dec 2, 2019, 2:22 PM IST

ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ ଆସିବା ପରେ ମୁମ୍ବାଇ-ଅହମ୍ମଦାବାଦ ପାଇଁ ପ୍ରସ୍ତାବିତ ବୁଲେଟ୍‌ ଟ୍ରେନ ଭବିଷ୍ୟତରେ ମାଡି ଆସିଛି ବିପଦ । ମୁମ୍ବାଇ- ଅହମ୍ମଦାବାଦ ବୁଲେଟ ଟ୍ରେନ ସହ ରାଜ୍ୟରେ କାର୍ଯ୍ୟକାରୀ ସମସ୍ତ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ।

ରବିବାର ବିଳମ୍ବିତ ରାତିରେ ମୁମ୍ବାଇ ଉଦ୍ଧବ ଠାକ୍‌ରେ କହିଥିଲେ , ଏ ସରକାର ହେଉଛି ସାଧାରଣ ଜନତାଙ୍କର । ଆମେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ସମୀକ୍ଷା କରିବୁ । ସେ ଏହା ମଧ୍ୟ କହିଛନ୍ତି ମୁମ୍ବାଇର ଆରେ କଲୋନୀର ଗଛ କଟା ଭଳି ମୁଁ ବୁଲେଟ୍‌ ଟ୍ରେନ ପ୍ରକଳ୍ପ ଉପରେ ରୋକ୍‌ ଲଗାଇବାକୁ ଚେଷ୍ଟା କରିନାହିଁ । ତେବେ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇଥିବା ଚାଷୀ ଏବଂ ଆଦିବାସୀଙ୍କ କଡା ବିରୋଧରେ ସାମନା କରିବାକୁ ପଡିଥିଲା ।

ସୂଚନାଯୋଗ୍ୟ, ସେପ୍ଟେମ୍ବର 2017ରେ ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାପାନ ପିଏମ ସିଞ୍ଜୋ ଆବେ ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ମୋଦିଙ୍କ ଏହି ଡ୍ରିମ ପ୍ରକଳ୍ପ 2023 ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ଥିଲା । ଏହି ପ୍ରକଳ୍ପର ଟ୍ରାକ୍‌ ଦୂରତା 508 କିମି ରହିଥିଲା । ଯାହା ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରୁ ଆରମ୍ଭ ହୋଇ ଗୁରୁରାଟର ସାବରମତି ପର୍ଯ୍ୟନ୍ତ ରହିଥିଲା ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.