ETV Bharat / bharat

ୟୁପି ପରେ ଦିଲ୍ଲୀ ସରକାରଙ୍କୁ ବସ ଚଳାଇବାକୁ ଅନୁମତି ମାଗିଲା କଂଗ୍ରେସ

author img

By

Published : May 19, 2020, 6:49 PM IST

ଉତ୍ତରପ୍ରଦେଶ ପରେ ଏବେ ଦିଲ୍ଲୀରେ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ ଚଳାଇବାକୁ ଦିଲ୍ଲୀ ସରକାରଙ୍କୁ ଅମୁମତି ମାଗିଛି ଦିଲ୍ଲୀ କଂଗ୍ରେସ । ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ ଚୌଧୁରୀ ଏନେଇ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି ।

After UP Congress demands permission from Kejriwal government to run 300 buses in Delhi
ୟୁପି ପରେ ଦିଲ୍ଲୀ ସରକାରଙ୍କୁ ବସ ଚଳାଇବାକୁ ଅନୁମତି ମାଗିଲା କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପରେ ଏବେ ଦିଲ୍ଲୀରେ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍ ଚଳାଇବା ପ୍ରସଙ୍ଗ ଜୋର ଧରିପାରେ । କାରଣ କଂଗ୍ରେସ ଦଳ ପ୍ରବାସୀ ଶ୍ରମିକଙ୍କ ପାଇଁ ଦିଲ୍ଲୀର ବିଭିନ୍ନ ସୀମାରେ ବସ ଚଳାଇବାକୁ ଦିଲ୍ଲୀ ସରକାରଙ୍କୁ ଅମୁମତି ମାଗିଛି । ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ ଚୌଧୁରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି ।

ଉକ୍ତ ଚିଠିରେ ସେ କହିଛନ୍ତି ଯେ ଦିଲ୍ଲୀ କଂଗ୍ରେସ ପ୍ରବାସୀ ଶ୍ରମିକଙ୍କ ପାଇଁ 300 ବସ୍ ଚଳାଇବାକୁ ଚାହୁଁଛି । ଯାହାର ଖର୍ଚ୍ଚ ଦିଲ୍ଲୀ କଂଗ୍ରେସ ନିଜେ ବହନ କରିବ । ସେ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ନିୟମ ଅନୁଯାୟୀ ସମସ୍ତ ଆଇନଗତ ପ୍ରକ୍ରିୟାରେ 300 ଟି ବସ୍ ଚାଲିବାକୁ ଅନୁମତି ଦିଆଯାଉ ।

ପ୍ରକାଶ ଥାଉ କି, 24 ଘଣ୍ଟା ପୂର୍ବରୁ ଅନିଲ ଚୌଧୁରୀ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସେ ଦିଲ୍ଲୀ ସରକାରଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ, ବସ୍‌ରେ ପଠାଇବା ନାଁରେ ପ୍ରବାସୀ ଶ୍ରମିକଙ୍କଠାରୁ 4ହଜାର ଟଙ୍କା ନିଆଯାଇଛି । ଏହି ଭିଡିଓ ଜରିଆରେ ସେ କେଜ୍ରିୱାଲ ସରକାରଙ୍କଠୁ ଜବାବ ମାଗିଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ କଂଗ୍ରେସର ସଭାପତି ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି । କିଛି ଦିନ ପୂର୍ବରୁ ସେ ଯେତେବେଳେ ରାହୁଲ ଗାନ୍ଧୀଙ୍କ ସହ ଦିଲ୍ଲୀର ସୁଖଦେବ ବିହାରରେ ପ୍ରବାସୀ ଶ୍ରମିକଙ୍କୁ ଭେଟିବାକୁ ଯାଇ ଚର୍ଚ୍ଚାକୁ ଆସିଥିଲେ । ସେହିପରି ତାଲାବନ୍ଦ ନିୟମ ଭାଙ୍ଗିବା ଅଭିଯୋଗରେ ଦିଲ୍ଲୀ ପୋଲିସ ତାଙ୍କୁ ଘରେ ଅଟକ ରଖିଥିଲା । ପରେ ତାଙ୍କୁ ଗିରଫ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ସେ ନିଜେ ଥାନାରୁ ଜାମିନ ପାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.