ETV Bharat / bharat

ଲକଡାଉନ ଡାଏଟରେ ଖାଆନ୍ତୁ ଏହି ଖାଦ୍ୟ, ସୁସ୍ଥ ରୁହନ୍ତୁ - ଲାଇଫ ଷ୍ଟାଇଲ ନ୍ୟୁଜ୍‌

ଯେବେ ଚିନ୍ତା କଥା ପଡେ ସମସ୍ତଙ୍କ ମୁଣ୍ଡକୁ ଆସେ ବ୍ୟାୟାମ, ଧ୍ୟାନ ଓ ନିଦ । ଆପଣ ଜାଣି ରଖିବା ଉଚିତ୍‌ କି ଚିନ୍ତା ଦୂର କରିବାରେ ଖାଦ୍ୟର ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଧିକ ପଢ଼ନ୍ତୁ...

lockdown, lockdown diet, mental stress and anxiety, lifestyle news, health tips, ଲକଡାଉନ, ଲକଡାଉନ ଡାଏଟ, ମାନସିକ ଚିନ୍ତା, ଲାଇଫ ଷ୍ଟାଇଲ ନ୍ୟୁଜ୍‌, ସ୍ବାସ୍ଥ୍ୟ ଟିପ୍ସ
ଲକଡାଉନ ଡାଏଟରେ ଖାଆନ୍ତୁ ଏହି ଖାଦ୍ୟ, ସୁସ୍ଥ ରୁହନ୍ତୁ
author img

By

Published : Apr 8, 2020, 1:43 AM IST

ହାଇଦ୍ରାବାଦ: ଲକଡାଉନ ପାଇଁ ବଦଳିଛି ଲାଇଫ ଷ୍ଟାଇଲ । ବଦଳିଛି ଖାଇବାର ରୁଟିନ । ପ୍ରାୟ ଲୋକେ ଏବେ ୱାର୍କ ଫ୍ରମ ହୋମରେ ବ୍ୟସ୍ତ । ଏମିତିରେ ଖାଦ୍ୟର ପରିମାଣରେ ମଧ୍ୟ ଘଟିଛି ବୃଦ୍ଧି । ତେବେ ଯେବେ ଚିନ୍ତା କଥା ପଡେ ସମସ୍ତଙ୍କ ମୁଣ୍ଡକୁ ଆସେ ବ୍ୟାୟାମ, ଧ୍ୟାନ ଓ ନିଦ । ଆପଣ ଜାଣି ରଖିବା ଉଚିତ୍‌ କି ଚିନ୍ତା ଦୂର କରିବାରେ ଖାଦ୍ୟର ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ତେବେ ଲକଡାଉନ ସମୟରେ ମାନସିକ ସ୍ବାସ୍ଥ୍ୟ ସହ ଶାରିରୀକ ସୁସ୍ଥତାକୁ ବଜାୟ ରଖିବା ପାଇଁ ନିଜ ଡାଏଟରେ ଆଡ କରନ୍ତୁ ଏହି ସମସ୍ତ ଖାଦ୍ୟ :

ହର୍ବାଲ ଟି :

ହର୍ବାଲ ଟି ନା ଯେ କେବଳ ସ୍ବାଦରେ ଭଲ ବରଂ ଏହା ଶରୀର ଓ ମନ ଉଭୟକୁ ସୁସ୍ଥ, ଶାନ୍ତ ଓ ସ୍ଥିର ରଖିବାରେ ସାହାଯ୍ୟ କରେ । ଏହା ପିଇବା ପରେ ତୁରନ୍ତ ରିଲାକ୍ସ ଲାଗିବା ସହ ମନ ଫୂର୍ତ୍ତି ଲାଗିଥାଏ ।

ଡାର୍କ ଚକୋଲେଟ :

ମୁଡ ଉପରେ ଏହାର ଉଭୟ କେମିକାଲ ଓ ଇମୋସନାସ ପ୍ରଭାବ ରହିଛି । ଏହାକୁ ସମସ୍ତ ବର୍ଗର ଲୋକେ ଖାଇପାରିବେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଦ୍ବାରା ମାନସିକ ଚିନ୍ତା ଦୂର ହୋଇଥାଏ । ତେବେ ଡାର୍କ ଚକୋଲେଟ କିଣିବା ସମୟରେ ଏଥିରେ ଚିନିର ମାତ୍ରା ଯେତେ କମ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଶସ୍ୟ ଜାତୀୟ ଖାଦ୍ୟ :

ଶରୀରରେ କାର୍ବୋହାଇଡ୍ରେଟର ପରିମାଣରକୁ ନିୟନ୍ତ୍ରଣ କରିବା ପାଇଁ ଦୈନିକ କିଛି ଶସ୍ୟ ଜାତୀୟ ଖାଦ୍ୟ ଖାଇବାକୁ ଭୁଲନ୍ତୁ ନାହିଁ । ଆପଣ ଚାହିଁଲେ କନ୍ଦମୂଳକୁ ମଧ୍ୟ ନିଜ ଡାଏଟରେ ସାମିଲ କରିପାରିବେ ।

ଆଭୋକାଡୋ :

ଓମେଗା-3 ଫ୍ୟାଟି ଏସିଡ ଯୁକ୍ତ ଆଭୋକାଡୋ ଚିନ୍ତା ଦୂର କରିବାରେ ଅତି ସହାୟକ । ଏହା ମାନସିକ ସ୍ଥିତି ସୁଧାରିବା ସହ ଏକାଗ୍ରତା ବଢାଇବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଥିବା ଫାଇଟୋ କେମିକାଲ ଓ ଫାଇବର ମଧ୍ୟ ଶରୀର ପାଇଁ ଅତି ଜରୁରୀ ।

ମାଛ :

ନିଜ ଡାଏଟକୁ ବାଲାନ୍ସ କରିବାକୁ ହେଲେ ସାମୂଦ୍ରିକ ଖାଦ୍ୟ ବା ମାଛ, ଚିଙ୍ଗୁଡି ଆଦିକୁ ଭୁଲନ୍ତୁ ନାହିଁ । ଏଥିରେ ଥିବା ଓମେଗା-3 ଫ୍ୟାଟି ଏସିଡ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ ।

ଉଷୁମ କ୍ଷୀର :

ଦିନ ସାରାର କାମ ପରେ ରାତିରେ ଏକ ଶାନ୍ତିର ନିଦ ଚାହୁଁଥିଲେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ କ୍ଷୀର ପିଅନ୍ତୁ । ଏହା ମନ ସ୍ଥିର କରିବା ସହ ଚିନ୍ତା ଦୂର କରେ ଓ ଆପଣଙ୍କୁ ଶୀଘ୍ର ଶୋଇବାରେ ସାହାଯ୍ୟ କରେ ।

ନଟ୍ସ :

ଭିଟାମିନ ବି ଫ୍ୟାଟି ଏସିଡ ପାଇବା ପାଇଁ ଖାଆନ୍ତୁ ଢେର ସାରା ନଟ୍ସ । ଏଥିପାଇଁ ଆଲମଣ୍ଡ, ପିସ୍ତା ବାଦାମ, ଚିନା ବାଦାମ, କାଜୁ ଓ ଅଖରୋଟ ଖାଆନ୍ତୁ । ଏହା ରକ୍ତ ଚାପ ନିୟନ୍ତ୍ରଣ କରିବା ସହ ଏହା ଏକାଗ୍ରତା ବଢାଇବାରେ ସାହାଯ୍ୟ କରେ ।

ଖଟା ଫଳ :

ଭିଟାମିନ ସି ଥିବା ଖଟା ଫଳ ଏହି ସମୟରେ ଖୁବ ଖାଆନ୍ତୁ । ଲେମ୍ବୁ ଓ କମଳା ଜାତୀୟ ଫଳ ଖାଇବାକୁ ଭୁଲନ୍ତୁ ନାହିଁ । ଏହା ମାନସିକ ଚିନ୍ତା ଦୂର କରିବାରେ ସବୁଠାରୁ ଫଳପ୍ରଦ ଉପାୟ ।

ଡାଲି ଜାତୀୟ ଖାଦ୍ୟ :

ପାଚନ କ୍ରିୟାକୁ ଶୁଦ୍ଧ କରିବା ପାଇଁ ଦୈନିକ ନିଜ ଖାଦ୍ୟରେ କିଛି ଡାଲି ଜାତୀୟ ଖାଦ୍ୟ ଖାଆନ୍ତୁ । ଏହା ଶରୀରରେ ବ୍ଲଡ ସୁଗାର ନିୟନ୍ତ୍ରଣ କରିବା ସହ ଇନସୁଲିନ ସ୍ତରକୁ ମଧ୍ୟ ନିୟନ୍ତ୍ରିତ କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.