ଚେନ୍ନାଇ: ନିକଟରେ ଗୁଜୁରାଟର ଅମେରୀ ଜିଲ୍ଲାରେ 2ଟି ସିଂହ ଭ୍ରମଣ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା ବେଳେ ଏବେ ଏକ କଳାଚିତା ବାଘ ପାଣି ପିଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ସୂଚନାମୁତାବକ, ତାମିଲନାଡୁର ସତ୍ୟମଙ୍ଗଳା ଜଙ୍ଗଲରେ ଏକ କଳାଚିତା ବାଘ ବୁଲୁଥିବାର ଦେଖିମିଳିଥିଲା । ବେଙ୍ଗାଲୁରର ଜଣେ ଦମ୍ପତ୍ତି ଉକ୍ତ ଜଙ୍ଗଲକୁ ବୁଲିବାକୁ ଯାଇଥିବା ସମୟରେ ତାଙ୍କ କ୍ୟାମେରାରେ ଭିଡିଓ କଏଦ କରିଥିଲେ । ଭିଡିଓରେ ତୃଷାର୍ଥ ବାଘଟି ପାଣି ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପାଣି ପିଇ ସାରିବା ପରେ ବାଘଟି ପୁଣି ଜଙ୍ଗଲ ମୁହାଁ ହେଉଛି । ଏହାପରେ ଦମ୍ପତ୍ତି ଏହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ଯାହା ବେଶ ଭାଇରାଲ ହେବାରେ ଲାଗିଛି ।
ତେବେ ତାମିଲନାଡୁର ନିଳଗିରି, ବାନ୍ଦିପୁର, ଓ୍ବାୟାନାଡ ଓ ତାମିଲନାଡୁ ଅଞ୍ଚଳରେ ହିଁ ଏହି କଳାଚିତା ବାଘ ଦେଖିବାକୁ ମିଳିଥାଏ ।