ହାଇଦ୍ରାବାଦ: ନିଜାମବାଦର ବୋଧାନ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବରଯାତ୍ରୀ ନାଚିବା ସମୟରେ ଖୁସିର ମାହୋଲରେ ବର ବି ନାଚିଥିଲେ । ହେଲେ ଏହାପରେ ହୃଦଘାତରେ ତାଙ୍କର ଜୀବନ ଚାଲିଗଲା । ଫଳରେ ଖୁସିର ମାହୋଲର ଗାଁ ଏବେ କାନ୍ଦ ବୋବାଳିରେ ଫାଟିପଡୁଛି ।
ସୂଚନା ଅନୁସାରେ, ବର ସାଜିଥିବା ଗଣେଶ ନିଜ ବରଯାତ୍ରୀ ନେଇ କନିଆ ଘରେ ପହଞ୍ଚିଥିଲେ। ହେଲେ ସେଠାରେ କିଛି ସମୟ ବରଯାତ୍ରୀଙ୍କ ସହ ନାଚିଥିଲେ ଗଣେଶ। ମାତ୍ର କିଛି ସମୟ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ।
ପରେ ବିଳମ୍ବିତ ରାତି 2ଟାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ