ETV Bharat / bharat

90 ଟ୍ରେନି ପୋଲିସ କୋରୋନା ଆକ୍ରାନ୍ତ - କୋରୋନା ଆକ୍ରାନ୍ତ

ବେଙ୍ଗାଲୁରୁରେ ପୋଲିସ କର୍ମଚାରୀ ଭାବରେ ନୂଆ ଚୟନ ହୋଇଥିବା ଟ୍ରେନି ପୋଲିସ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଏମାନେ ସମସ୍ତେ କର୍ଣ୍ଣାଟକ ବେଙ୍ଗାଲୁରୁରେ ଟ୍ରେନିଙ୍ଗ ନେଉଥିଲେ ।

corona
90 ଟ୍ରେନି ପୋଲିସ କୋରୋନା ଆକ୍ରାନ୍ତ
author img

By

Published : Jul 25, 2020, 1:23 PM IST

ବେଙ୍ଗାଲୁରୁ: ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ମଧ୍ୟରେ ବେଙ୍ଗାଲୁରୁରେ ପୋଲିସ କର୍ମଚାରୀ ଭାବରେ ନୂଆ ଚୟନ ହୋଇଥିବା ଟ୍ରେନି ପୋଲିସ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଏମାନେ ସମସ୍ତେ କର୍ଣ୍ଣାଟକ ବେଙ୍ଗାଲୁରୁରେ ଟ୍ରେନିଙ୍ଗ ନେଉଥିଲେ ।

ବେଙ୍ଗାଲୁରୁ ସହରର ଥାନିସନ୍ଦ୍ରା ନିକଟରେ ଥିବା ପୋଲିସ ଟ୍ରେନିଂ ସ୍କୁଲରେ 500ରୁ ଅଧିକ ପୋଲିସ ଟ୍ରେନିଂ ନେଇଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ 90 ଟ୍ରେନି ପୋଲିସ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଆକ୍ରାନ୍ତ ଟ୍ରେନି ପୋଲିସଙ୍କୁ ବର୍ତ୍ତମାନ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଏପଟେ ବିଭାଗ ଦ୍ବାରା ସମସ୍ତ ଟ୍ରେନି ପୋଲିସଙ୍କର ଟେଷ୍ଟ କରାଯାଇଛି । କିଛି ରିପୋର୍ଟ ନେଗେଟିଭ ଆସିଥିବା ବେଳେ ବାକି ରିପୋର୍ଟ ଆସିବା ଆପେକ୍ଷାରେ ରହିଛି । ବର୍ତ୍ତମାନ ଟ୍ରେନିଂ ସେଣ୍ଟରକୁ ବନ୍ଦ ରଖାଯାଇଛି ।

ଏପଟେ ସହରରେ ମୋଟ ସଂକ୍ରମିତ ପୋଲିସ ସଂଖ୍ୟା 1084କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ 661 ପୋଲିସ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 414 ପୋଲିସ ଏବେବି ଚିକିତ୍ସିତ ହେଉଛନ୍ତି । ଏଥିସହ 799 ପୋଲିସ କ୍ବେରେଣ୍ଟିନରେ ଅଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.