ETV Bharat / bharat

ତେଲେଙ୍ଗାନାର 85 ପ୍ରତିଶତ ଆକ୍ରାନ୍ତ ନିଜାମୁଦ୍ଦିନ ମରକଜ ଫେରନ୍ତା - ତେଲୋୋହ୍ଗାନା ନ୍ୟୁଜ

ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 85 ପ୍ରତିଶତ ଆକ୍ରାନ୍ତ ନିଜାମୁଦ୍ଦିନ ମରକଜ ଫେରନ୍ତା । ତେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ଭିଡିଏ କନଫରେନ୍ସିଂ ଜରିଆରେ ତେଲେଙ୍ଗାନା ସ୍ବାସ୍ଥ୍ୟ ମନ୍ତ୍ରୀ ଏତଲା ରାଜେନ୍ଦ୍ର ଏହି ଏହି ସୂଚନା ଦେଇଛନ୍ତି ।

corona
ତେଲେଙ୍ଗାନା ମୋଟ ଆକ୍ରାନ୍ତଙ୍କ 85 ପ୍ରତିଶତ ନିଜାମ୍ମୁଦ୍ଦୀନ ମରକଜ ଫେରନ୍ତା
author img

By

Published : Apr 11, 2020, 12:18 PM IST

ହାଇଦ୍ରାବାଦ: ସମଗ୍ର ଦେଶରେ ଚିନ୍ତା ବଢାଇଛି କୋରୋନା ଭାଇରସ । ପ୍ରତ୍ୟେକ ଦିନ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହା ମଧ୍ୟରେ ଦିଲ୍ଲୀ ନିଜାମୁଦ୍ଦିନ ମରକଜ ସମାରୋହ ଦେଶ ପାଇଁ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଅନ୍ୟପକ୍ଷେ ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 85 ପ୍ରତିଶତ ଆକ୍ରାନ୍ତ ନିଜାମୁଦ୍ଦିନ ମରକଜ ଫେରନ୍ତା । ତେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ଭିଡିଏ କନଫରେନ୍ସି୍ଂ ଜରିଆରେ ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଏତଲା ରାଜେନ୍ଦ୍ର ଏହି ସୂଚନା ଦେଇଛନ୍ତି ।

ଏଥିସହ ସେ କହିଛନ୍ତି, ଯଦି ସେମାନେ ସୁସ୍ଥ ହୋଇ ଯାଆନ୍ତି ତେବେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା କମିବ । ଏହାଛଡା ଯେପରି ଆଉ କୋରୋନା ନ ବ୍ୟାପେ ସେଥିପ୍ରତି ଧ୍ୟାନ ରଖିବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏପଟେ ରାଜ୍ୟରେ 8500 ଲୋକ କୋରୋନା ପରୀକ୍ଷା କରିଥିବା ବେଳେ ସେମାନଙ୍କ ମଧ୍ୟରୁ 471 ଜଣଙ୍କ ରିପୋର୍ଟ ପଜେଟିଭ ଆସିଛି । ଏଥିସହ 45 ଜଣ ସୁସ୍ଥ ଥିବା ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.