ବିଶାଖାପାଟଣା: ଗ୍ରାମାଞ୍ଚଳ ପୋଲିସ ନିକଟରେ 7 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ତିନିଜଣ ମହିଳା ଓ ଚାରିଜଣ ପୁରୁଷ ରହିଛନ୍ତି । ସ୍ବାସ୍ଥ୍ୟହାନି ଓ ମାନସିକ ଦୃଢତା ହରାଇବାରୁ ସେମାନେ ସଂଗଠନ ଛାଡିଥିବା କହିଛନ୍ତି ।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ 4ଜଣ ହାର୍ଡକୋର ହୋଇଥିବାବେଳେ ଦୁଇଜଣ ମହିଳା ପୋଙ୍ଗୋ ତାଲସୋ ମେଣ୍ଟର ଲିମ୍ବୋ(28) ଓ ଭାନ୍ଥଲା ମାଙ୍ଗମ୍ମା ମେଣ୍ଟର ଝାନକୀ(34) ଆଞ୍ଚଳିକ କମିଟି ସଦସ୍ୟ ଥିବା ଜଣାପଡିଛି ।