ETV Bharat / bharat

ଫିଲିପାଇନ୍ସରେ 6.4 ତୀବ୍ରତାର ଭୂକମ୍ପ

ଫିଲିପାଇନ୍ସରେ 6.4 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ସମୟ ସଂନ୍ଧ୍ୟା ପ୍ରାୟ ସାଢେ 7ଟା ସମୟରେ ଏହି ଭୂକମ୍ପ ହୋଇଥିଲା । ତେବେ ଏହି ଭୂକମ୍ପର କ୍ଷୟକ୍ଷତିର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

author img

By

Published : Oct 16, 2019, 9:48 PM IST

ଫଟୋ ସୌଜନ୍ୟ: IANS

ମାନିଲା: ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନା ଓ ଦ୍ବୀପରେ ବୁଧବାର ସନ୍ଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.4 ବୋଲି ଜଣାପଡ଼ିଛି । ଏନେଇ ଫିଲିପାଇନ୍ସ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଭୂକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ସେପଟେ ଆମେରିକାର ଜିଓଲୋଜିକାଲ ବିଭାଗ କହିଛି ଯେ ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ପ୍ରାୟ ସାଢେ 7ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ର କଲୋମ୍ବିଆ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ଏପରିକି କଲୋମ୍ବିଆ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଏହି ଭୂକମ୍ପର କେନ୍ଦ୍ର ବିନ୍ଦୁ ଭୂମି ଠାରୁ 14 କିଲୋମିଟର ଗଭୀରରେ ରହିଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଫିଲିପାଇନ୍ସ ଅଞ୍ଚଳରେ ଅଧିକାଂଶ ସମୟ ଭୂକମ୍ପ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ଏଠାରେ ଅନେକ ଆଗ୍ନେୟଗିରୀ ଥିବା ଦେଖିବାକୁ ମିଳିଥାଏ । ତେବେ ମିଳିଥିବା ଏକ ରିପୋର୍ଟ ମୁତାବକ ବର୍ଷକ ମଧ୍ୟରେ ପାଖାପାଖି 7 ହଜାର ଥର ଭୂମିକମ୍ପ ଏଠାରେ ଅନୁଭୂତ ହୋଇଥିଏ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.