ETV Bharat / bharat

ମଣିଷ ମୁଣ୍ଡରେ 4 ଇଞ୍ଚର ଶିଙ୍ଗ - ଭୋପାଳ

ମୁଣ୍ଡରେ ଉଠିଛି ଚାରି ଇଞ୍ଚର ଶିଙ୍ଗ । କିନ୍ତୁ କୌଣସି ପଶୁ ମୁଣ୍ଡରେ ନୁହେଁ ବରଂ ମଣିଷ ମୁଣ୍ଡରେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 15, 2019, 1:35 AM IST

ଭୋପାଳ: ମୁଣ୍ଡରେ ମୁଣ୍ଡ ବାଜିଲେ ଶିଙ୍ଗ ଉଠେ । ଏଭଳି ଲୋକକଥା ଆପଣ ନିଶ୍ଚୟ ଶୁଣିଥିବେ । ହେଲେ ସତରେ କେବେ କୌଣସି ମଣିଷ ମୁଣ୍ଡରେ ଶିଙ୍ଗ ଦେଖିଛନ୍ତି କି ? କଥାଟି ଶୁଣିବାକୁ ଆପଣଙ୍କୁ ଅଡୁଆ ଲାଗୁଥାଇ ପାରେ । କିନ୍ତୁ ମଧ୍ୟପ୍ରଦେଶ ସାଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଶିଙ୍ଗ ଉଠିଥିବାର ଦେଖିବାକୁ ମିଳିଛି ।

75 ବର୍ଷୀୟ ଶ୍ୟାମଲାଲ ଯାଦବ । ଗତ 5 ବର୍ଷ ଧରି ତାଙ୍କ ମୁଣ୍ଡରେ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି ଶିଙ୍ଗ । 4-5ଇଞ୍ଚର ଶିଙ୍ଗକୁ ପ୍ରଥମେ ଡାକ୍ତରମାନେ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ତେବେ ଶିଙ୍ଗ ଯୋଗୁଁ ତାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥିବା ବେଳେ ଅନେକ ସମୟରେ ଲୋକହସାର ଶିକାର ହେଉଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ୟାମଲାଲଙ୍କ ମୁଣ୍ଡରେ ଆଘାତ ଲାଗିବା ଦିନଠାରୁ ତାଙ୍କ ମୁଣ୍ଡରେ ଏଭଳି ଶିଙ୍ଗ ଉଠିବାରେ ଲାଗିଛି । ଏହା ପରେ ସେ ଡାକ୍ତରଙ୍କୁ ଦେଖାଇଥିଲେ । ହେଲେ ବର୍ତ୍ତମାନ ଏହାକୁ ଅପରେସନ କରି ଠିକ୍ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.