ETV Bharat / bharat

ଏ କେମିତି ମା', ପିଲାଙ୍କୁ ବୁଡାଇ ମାରିବାକୁ ଉଦ୍ୟମ; 4 ଉଦ୍ଧାର, ଜଣେ ନିଖୋଜ - 4 ଉଦ୍ଧାର, ଜଣେ ନିଖୋଜ

ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଗୋପୀଗଞ୍ଜର ଜଣେ ମହିଳା ନିଜ 5 ସନ୍ତାନକୁ ଗଙ୍ଗା ନଦୀରେ ବୁଡାଇ ମାରିବାକୁ ଉଦ୍ୟମ କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ନଦୀରେ ଖୋଜାଖୋଜି ଆରମ୍ଭ କରି 4 ଜଣଙ୍କୁ ଉଦ୍ଧାର କରିଛି । ଅନ୍ୟ ଜଣେ ନିଖୋଜ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

4 drown and 1 missing of a same family into river saryu in up
ନଦୀରେ ବୁଡାଇ ମାରିବାକୁ ମହିଳାଙ୍କ ଉଦ୍ୟମ, 4 ଉଦ୍ଧାର, ଜଣେ ନିଖୋଜ
author img

By

Published : Apr 12, 2020, 1:40 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଗୋପୀଗଞ୍ଜର ଜଣେ ମହିଳା ନିଜ 5 ସନ୍ତାନକୁ ଗଙ୍ଗା ନଦୀରେ ବୁଡାଇ ମାରିବାକୁ ଉଦ୍ୟମ କରିଛି । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ନଦୀରେ ଖୋଜାଖୋଜି ଆରମ୍ଭ କରି 4 ଜଣଙ୍କୁ ଉଦ୍ଧାର କରିଛି । ଅନ୍ୟ ଜଣେ ନିଖୋଜ ଥିବା ଜଣାପଡିଛି ।

ନିଜ ପିଲାଙ୍କୁ ବୁଡାଇ ମାରିବାକୁ ମହିଳାଙ୍କ ଉଦ୍ୟମ, 4 ଉଦ୍ଧାର, ଜଣେ ନିଖୋଜ

ସୂଚନାଯୋଗ୍ୟ, ଜାହାଙ୍ଗୀରବାଦର ବାସିନ୍ଦା ଶ୍ରୀ ଯାଦବଙ୍କ ପତ୍ନୀ ମଞ୍ଜୁ ଯାଦବ ଗଙ୍ଗାଘାଟକୁ ନିଜ ପିଲାଙ୍କ ସହ ଗାଧୋଇବାକୁ ଆସିଥିଲେ । ହେଲେ ଆତ୍ମହତ୍ୟା କରିବା ପାଇଁ ମଞ୍ଜୁ ଯାଦବ ନିଜ 5 ପିଲାଙ୍କ ସହ ଗଙ୍ଗା ନଦୀ ଭିତରକୁ ଡେଇଁ ପଡିଥିଲେ । ଏହାପରେ ଗ୍ରାମବାସୀ ମାନେ ପିଲାଙ୍କ ସଂପର୍କରେ ପଚାରିବାରୁ ମହିଳା ଜଣଙ୍କ ପାଣିରେ ବୁଡାଇ ମାରି ଦେଇଥିବା କହିଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରି 4 ଜଣଙ୍କୁ ଉଦ୍ଧାର କରିଛି ।

ବୁଡି ଯାଇଥିବା 5ଟି ପିଲାଙ୍କ ମଧ୍ୟରେ 3 ଜଣ ଝିଅ ରହିଥିବା ବେଳେ 2 ଜଣ ପୁଅ ରହିଛନ୍ତି । ପୁଅ ଶଙ୍କର ଓ କେଶବଙ୍କ ବୟସ ଯଥାକ୍ରମେ 6 ବର୍ଷ ଓ 3 ବର୍ଷ ହୋଇଥିବା ବେଳେ ଝିଅ ଆରତୀ,ସରସ୍ବତୀ ଓ ମତେଶ୍ବରୀଙ୍କ ବୟସ 11ବର୍ଷ, 7 ବର୍ଷ ଓ 5 ବର୍ଷ ବୋଲି ଜଣାପଡିଛି । ତେବେ ଗତ କିଛି ଦିନ ହେଲା ମହିଳାଙ୍କର ମାନସିକ ସ୍ଥିତି ଠିକ ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.