ETV Bharat / bharat

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, 3 ଭାରତୀୟ ଯବାନ ଶହୀଦ - LoC

ଦୁଇଟି ପୃଥକ ପୃଥକ ଘଟଣାରେ ଏଲଓସିରେ ଭାରତୀୟ ସେନାର 3 ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି । ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ପ୍ରାଣ ହରାଇଛନ୍ତି ଏହି ଯବାନ । ଅଧିକ ପଢନ୍ତୁ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, 3 ଭାରତୀୟ ଯବାନ ଶହୀଦ

author img

By

Published : Oct 1, 2020, 7:53 PM IST

ଶ୍ରୀନଗର: ଭାରତର କଡା ଚେତାବନୀ ସତ୍ତ୍ବେ ସୁଧୁରୁନାହିଁ ପାକିସ୍ତାନ । ଏ ପରିସ୍ଥିତିରେ ଦୁଇଟି ପୃଥକ ପୃଥକ ଘଟଣାରେ ଏଲଓସିରେ ଭାରତୀୟ ସେନାର 3 ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି ।

ଜାମ୍ମୁ ଓ କାଶ୍ମୀର ଏଲଓସିରେ ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲ୍ଂଘନରେ ଭାରତୀୟ ସେନାର 3 ଯବାନ ପ୍ରାଣ ହରାଇଥିବାବେଳେ ଅନ୍ୟ 5 ଯବାନ ଆହତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ସୈନିକଙ୍କ ଗୁଳିର ଭାରତୀୟ ଯବାନ କଡା ଜବାବ ଦେଉଥିବା ସେନାସୂତ୍ରରୁ ସୂଚନା ମିଳିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ପାକିସ୍ତାନ ସେନା ଗୁରୁବାର ସକାଳେ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ନଉଗାମ ସେକ୍ଟରରେ ମୋର୍ଟାର ମାଡ କରିଥିଲା। ଘଟଣାରେ 2 ଜଣ ଯବାନ ଶହୀଦ ହୋଇଥିଲେ ଏବଂ 4 ଜଣ ଆହତ ହୋଇଥିଲେ। ଆହତ ଯବାନଙ୍କୁ ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏହାପୂର୍ବରୁ ପାକିସ୍ତାନ ସେନା ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଏଠାରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଥିବା ଜଣାପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.