ଅମରାବତୀ:ତେଲେଙ୍ଗାନା ପଞ୍ଚାୟତିରାଜ ମନ୍ତ୍ରୀଙ୍କ କାରକେଡରେ ଅଘଟଣ। ସହଯୋଗୀଙ୍କ କାର ଓଲଟି ଡ୍ରାଇଭର ଓ ସୋସିଆଲ ମିଡିଆ ମୁଖ୍ୟ ମୃତ। ଏହାସହ ଦୁର୍ଘଟଣାରେ ସୁରକ୍ଷାକର୍ମୀଙ୍କ ସମେତ 3 ଗୁରୁତର। ଗୁରୁତରଙ୍କୁ ଜନଗାଓଁସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏ ଘଟଣାରେ ପ୍ରାଣ ହରାଇଥିବା ମୃତକଦ୍ବୟ ହେଉଛନ୍ତି କାର୍ ଚାଳକ ପାର୍ଥ ସାରଥୀ(30) ଓ ସୋସିଆଲ ମିଡିଆ ମୁଖ୍ୟ ପୂର୍ଣ୍ଣ (27)। ଗାଡି ଓଲଟି ପଡିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି। ଏନେଇ ଖବର ପାଇବା ପରେ ମନ୍ତ୍ରୀ ଗୁନେର ନରେଶ ଆହତଙ୍କୁ ଡାକ୍ତରଖାନାରେ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।