ETV Bharat / bharat

15 ମାସର ଶିଶୁ କୋରୋନାରେ ସଂକ୍ରମିତ !

author img

By

Published : Mar 8, 2020, 11:12 AM IST

Updated : Mar 8, 2020, 2:59 PM IST

ମଧ୍ୟପ୍ରଦେଶରେ କିଛି କୋରୋନା ଭାଇରସ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି, ଯେଉଁଥିରେ ଜଣେ 15 ମାସର କଅଁଳ ଶିଶୁ ରହିଥିବା ଜଣାପଡିଛି । ଶିଶୁଟି ନିଜ ପରିବାର ସହ ନିକଟରେ ଚୀନରୁ ଫେରିଥିଲା । ଅଧିକ ପଢନ୍ତୁ...

corona-virus
କୋରୋନା ଭାଇରସ

ଭୋପାଲ :ଉହାନ ପ୍ରାନ୍ତରୁ ଉତ୍ପତି ହୋଇଥିବା କୋରୋନା ଭାଇରସ ଏବେ ବିଶ୍ବର ପ୍ରାୟ 95 ଦେଶକୁ ବ୍ୟାପି ସାରିଲାଣି । ଏହି ମାରାତ୍ମକ ଭାଇରସ କବଳରୁ ଭାରତ ଏବଂ ଆମେରିକା ଭଳି ରାଷ୍ଟ୍ର ମଧ୍ୟ ବର୍ତ୍ତି ପାରିନାହାଁନ୍ତି । ଭାରତରେ ଏବେ ସୁଦ୍ଧା 34 ଜଣ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଅନେକ ସନ୍ଦିଗ୍ଧ ବ୍ୟକ୍ତି ଚିହ୍ନଟ ହୋଇ ଆଇସୋଲେଶନ ୱାର୍ଡରେ ରହିଛନ୍ତି । ତେବେ ମଧ୍ୟପ୍ରଦେଶରେ କିଛି କୋରୋନା ଭାଇରସ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି, ଯେଉଁଥିରେ ଜଣେ 15 ମାସର କଅଁଳ ଶିଶୁ ରହିଥିବା ଜଣା ପଡିଛି ।

ଶିଶୁଟି ନିଜ ପରିବାର ସହ ଚୀନରେ ରହୁଥିଲା । ଶିଶୁଟିର ବାପା ଚୀନରେ ସଫ୍ଟୱେର ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ତେବେ ସେମାନେ ଭାରତ ଫେରିବା ପରେ ଶିଶୁର ଶରୀରରେ କୋରୋନା ଭାଇରସର ଲକ୍ଷଣ ଦେଖାଯାଇଥିଲା ।

ଶିଶୁଟି ଚୀନରୁ ଫେରିବାର 12-15 ଦିନ ମଧ୍ୟରେ ତାକୁ ସର୍ଦ୍ଦି ହୋଇଥିଲା । ଫଳରେ ପରିବାର ଲୋକେ ତାକୁ ଡାକ୍ତରଖାନା ନେଇଯାଇଥିଲେ । ଶିଶୁଟିକୁ ଦେଖିବା ପରେ ଡାକ୍ତର ତାକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ପରିବାର ଲୋକେ ତାକୁ ହସ୍ପିଟାଲରେ ଭର୍ତ୍ତି କରିବା ପରିବର୍ତ୍ତେ ଘରକୁ ନେଇ ଆସିଥିଲେ । ଏଥିରେ ଡାକ୍ତରଙ୍କୁ ସନ୍ଦେହ ହେବାରୁ ଏକ ଡାକ୍ତରୀ ଟିମ୍‌ ଶିଶୁ ଘରକୁ ପଠାଇଥିଲେ । ତେବେ ଶିଶୁର ଡାକ୍ତରୀ ପରୀକ୍ଷା କରିବା ପରେ ତାକୁ ଘରେ ହିଁ ଆଇସୋଲେଟ କରିଦିଆଯାଇଥିଲା । ସେପଟେ ଶିଶୁର ରକ୍ତ ନମୁନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 8, 2020, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.