ଲକ୍ଷ୍ନୌ: ନୂଆ ନୂଆ ବିବାହ କରିଥିବା କପୁଲଙ୍କ ମଧ୍ୟରେ ଉତ୍ସୁକତା ରହିଥାଏ । ପରସ୍ପରକୁ ସମୟ ଦେବା ଏକାନ୍ତରେ ସମୟ ବିତାଇବାକୁ ଚାହିଁଥାନ୍ତି ଦମ୍ପତି । ହେଲେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ନୂଆ କରି ବିବାହ କରିଥିବା ଯୁବକଙ୍କୁ ଯିବାକୁ ପଡିଛି ମେଡିକାଲ । ଘଟଣାଟି କିଛି ଏପରି ।
କଣ ଥିଲା ଘଟଣା ?
ସ୍ତ୍ରୀ ସହ ଶାରୀରିକ ସମ୍ବନ୍ଧ ପାଇଁ ସ୍ବାମୀ ଭାଏଗ୍ରା( କାମୋଦ୍ଦୀପକ ଔଷଧ)ର ଡବଲ ଡୋଜ ସେବନ କରିଥିଲେ । ଯାହା ତାଙ୍କ ପକ୍ଷରେ ମହଙ୍ଗା ସାବ୍ୟସ୍ତ ହୋଇଛି । ବିଗିଡି ଯାଇଥିଲା ସ୍ବାସ୍ଥ୍ୟ । ଶେଷରେ ଘର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ । ଡାକ୍ତର କହିଛନ୍ତି, ସାରା ଜୀବନ ଗୁପ୍ତାଙ୍ଗରେ କଷ୍ଟ ଅନୁଭବ କରିବେ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସାଙ୍ଗ ଦେଇଥିଲେ ପରାମର୍ଶ
ଶୁଣିବାକୁ ମିଳିଛି କି, ଯୁବକ ଜଣକ ନୂଆ ନୂଆ ବିବାହ କରିଥିଲେ । ବୈବାହିକ ଜୀବନକୁ ଉପଭୋଗ କରିବାକୁ ଭାଏଗ୍ରା ନେବାକୁ ସାଙ୍ଗ ମାନେ ପରାମର୍ଶ ଦେଇଥିଲେ । କିନ୍ତୁ ଏହା ତାଙ୍କ ପକ୍ଷରେ ଓଲଟା ସାବ୍ୟସ୍ତ ହୋଇଥିଲା । ମେଡିସିନର ଡବଲ ଡୋଜ ନେବା ଯୋଗୁଁ ବିଗିଡି ଯାଇଥିଲା ସ୍ବାସ୍ଥ୍ୟ । ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଭାଏଗ୍ରା ସେବନ ପୂର୍ବରୁ ମାନନ୍ତୁ କିଛି ପରାମର୍ଶ । ବିନା ଡାକ୍ତରଙ୍କ ପରାମର୍ଶରେ ଏହାକୁ ଗ୍ରହଣ କରନ୍ତୁ ନାହିଁ ।
କେଉଁ ମାନେ ନେଇପାରିବେ ଏହି ଔଷଧ:
ସାଧାରଣତଃ 40 ବର୍ଷ ପରେ ପୁରୁଷଙ୍କୁ ଏହି ଔଷଧର ଆବଶ୍ୟକତା ପଡିଥାଏ । କିନ୍ତୁ କେତେକାଶଂରେ 40 ବର୍ଷରୁ କମ ବୟସରୁ ଯୁବକଙ୍କୁ ଆବଶ୍ୟକତା ପଡିଥାଏ । ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ବ୍ୟବହାର କରନ୍ତୁ ନାହିଁ ।
ଡାକ୍ତରଙ୍କ ପରାମର୍ଶ:
ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ ନାହିଁ । ବିଶେଷ କରି ଯୁବବର୍ଗ ଏହି ଔଷଧକୁ ବ୍ୟବହାର କରିବା ପୂର୍ବରୁ ଭାବିଚିନ୍ତି ବ୍ୟବହାର କରନ୍ତୁ । ବିଶେଷ କରି ଅଶ୍ଲୀଳ ଭିଡିଓ ଦେଖିବାଠୁ ଦୂରେଇ ରୁହନ୍ତୁ । ନଚେତ୍ ଆପଣ ମାନସିକ ସ୍ତରରେ ଦୁର୍ବଳ ହୋଇଯିବେ ।