ETV Bharat / bharat

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା - Bangladesh PM in india

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଭେଟିଲେ ଭାରତ ଗସ୍ତରେ ଆସିଥିବା ପଡୋଶୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଲେ ଦ୍ବିପାକ୍ଷିକ ଆଲୋଚନା । ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଛି 7ଟି ଚୁକ୍ତିନାମା । ଅଧିକ ପଢନ୍ତୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

author img

By

Published : Sep 6, 2022, 7:42 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପିତ ଦ୍ରୋପଦୀ ମୁର୍ମୁଙ୍କୁ ଭେଟିଲେ ଭାରତ ଗସ୍ତରେ ଆସିଥିବା ପଡୋଶୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ଶେଷ ହେବା ପରେ ହାସିନା ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ହସିନାଙ୍କ ସହ ସାକ୍ଷାତକାର ନେଇ ଟ୍ବିଟ ମଧ୍ୟ କରିଛନ୍ତି ।

ଭାରତର ରାଷ୍ଟ୍ରପତି ଏବଂ ବାଂଲାଦେଶ ପ୍ରଧାମନ୍ତ୍ରୀଙ୍କ ମଧ୍ୟରେ ସଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଭାଷା ଭିତ୍ତିକ ଏବଂ ଦୁଇ ଦେଶର ଇତିହାସ ନେଇ ଆଲୋଚନା ହୋଇଛି । ରାଷ୍ଟ୍ରପିତ ଭବନରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତ ଗସ୍ତ କରିଛନ୍ତି । ପଡୋଶୀ ପ୍ରଧାନମନ୍ତ୍ରୀ ହସିନା ଉପ ରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଆଜି ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସହ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ 7ଟି ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଥିଲା ।

ଆଜି ହାଇଦ୍ରାବାଦ ହାଉସରେ ଉଉୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିପକ୍ଷ ହସିନାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ଏଥିରେ ଦୁଇ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.