ETV Bharat / bharat

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯବାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ - firozabad rape news

ଉତ୍ତରପ୍ରଦେଶର ଜଣେ ଯୁବତୀଙ୍କୁ ଜଣେ ଯବାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଅଭିଯୁକ୍ତ ଯବାନଙ୍କ ସମେତ ପରିବାରର 7 ଜଣ ସଦସ୍ୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଯାଇଛି । ଯବାନ ଜଣକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ପରେ ଧୋକା, ଯବାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

author img

By

Published : Aug 14, 2023, 6:34 PM IST

ଲକ୍ଷ୍ନୋ: ଉତ୍ତରପ୍ରଦେଶର ଜଣେ ଯୁବତୀଙ୍କ ସହ ପ୍ରତାରଣା କରି ଜଣେ ଯବାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ଯବାନଙ୍କ ସମେତ ପରିବାରର 7 ଜଣ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଯାଇଛି । ଯବାନଜଣକ ଯୁବତୀଙ୍କୁ ନିଜ ପ୍ରେମଜାଲରେ ଫସାଇଥିଲେ । ପରେ ବିବାହ ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାଟି ବହୁ ପୁରୁଣା ହୋଇଥିବା ବେଳେ ଏହାର ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ପରେ ଧୋକା, ଯବାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ପରେ ଧୋକା, ଯବାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଅଭିଯୋଗ ଅନୁସାରେ ପୀଡିତା ଜଣକ ଟ୍ରେନରେ ପ୍ରୟାଗରାଜରୁ ମଥୁରା ଆସୁଥିବା ସମୟରେ ଓମ୍‌ବୀର ନାମକ ଜଣେ ଯବାନଙ୍କ ସହିତ ଦେଖା ହୋଇଥିଲା । ଓମ୍‌ବୀରଙ୍କ ଘର ହେଉଛି ଫିରୋଜାବାଦ ଅନ୍ତର୍ଗତ ଗ୍ରାହି ଧାର୍ମି ଗାଁରେ । ଓମ୍‌ବୀର ଟ୍ରେନରେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଥିଲେ ଓ ପୀଡିତାଙ୍କୁ ବିବାହ କରିବାକୁ କଥା ଦେଇଥିଲେ । ପରେ ଯବାନ ଜଣକ ମଥୁରା ଆସି ଏକ ହୋଟେଲରେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏଭଳି ଗୋଟିଏ ଥର ନୁହେଁ ବାରମ୍ବାର ଓମ୍‌ବୀର ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଯେତେବେଳେ ଯୁବତୀଜଣକ ଓମ୍‌ବୀରଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ, ସେତେବେଳେ ଓମ୍‌ବୀର ଯୁବତୀଙ୍କୁ ଜୁନ୍ ୨୫ରେ ତାଙ୍କ ପରିବାର ଲୋକଙ୍କୁ ଦେଖା କରାଇବାକୁ ବି ପ୍ରତିଶୃତି ଦେଇଥିଲେ । କିନ୍ତୁ ଜୁନ୍ ୨୪ ତାରିଖରେ ଓମ୍‌ବୀରଙ୍କ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ...ଭାଇ ନା ସଇତାନ: 7 ମାସର ଗର୍ଭବତୀ ଭଉଣୀକୁ ଦୁଷ୍କର୍ମ କଲେ ଦୁଇ ଭାଇ

ଫଳରେ ଯୁବତୀ ଜଣକ ତୁଣ୍ଡାଲା ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ଏହି ଅଭିଯୋଗକୁ ପୋଲିସ ଗ୍ରହଣ କରିନଥିଲା । ଏହାପରେ ପୀଡ଼ିତା ପୋଲିସ ଆଇଜିଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେଇଥିଲେ । ଆଇଜି ତୁଣ୍ଡାଲା ଥାନାକୁ ଏହି ମାମଲାର ତଦନ୍ତ କରିବା ପାଇଁ ନର୍ଦ୍ଦେଶ ଦେଇଥିଲେ । ଏହା ପରେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ତୁଣ୍ଡାଲା ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏହାକୁ ନେଇ ତୁଣ୍ଡାଲା ଥାନା ଅଧିକାରୀ କିହିଛନ୍ତି, "ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଓମବୀରଙ୍କ ସହିତ ପରିବାରର 7 ଜଣ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.