ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ ବିଭିନ୍ନ ଦେଶର ସୁରକ୍ଷା ବ୍ୟବସ୍ଥା ସହ ବୈଠକ ବସୁଛି । ଏନେଇ ଇସ୍ରାଇଲ ଗସ୍ତରେ ବାହାରିଛନ୍ତି ଭାରତୀୟ ସେନାମୁଖ୍ୟ । ଆଜିଠାରୁ ୫ ଦିନିଆ ଇସ୍ରାଇଲ ଗସ୍ତ କରିଛନ୍ତି ଭାରତୀୟ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଅଧିକ ସୃଦୁଢ କରିବା ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ବୋଲି ଟ୍ବିଟ କରି କହିଛନ୍ତି ସେନାମୁଖ୍ୟ ।
ସପ୍ତାହ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ଓ ପ୍ରତିରକ୍ଷା ସଚିବ ଅଜୟ କୁମାର ଇସ୍ରାଇଲ ଗସ୍ତ କରିଥିଲେ । ଦୁଇ ଦେଶ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ସହଯୋଗ ଅଧିକ ସୃଦୁଢ କରିବା ନେଇ ହୋଇଥିବା ଚୁକ୍ତି ଉପରେ ଆଲୋଚନା କରିଥିଲେ । ଏହାପରେ ଆଜିଠୁ ପୁଣି ୫ ଦିନିଆ ଗସ୍ତ କରିଛନ୍ତି ଭାରତୀୟ ସେନାମୁଖ୍ୟ ଏମଏମ ନରୱାଣେ ।
ପ୍ରକାଶ ଥାଉ କି, ଗତ ମାସରେ ପୂ୍ର୍ବ ଲାଦାଖ ସୀମାରେ ସ୍ଥିତି ସମୀକ୍ଷା କରିଥିଲେ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ । ଶତ୍ରୁ ପକ୍ଷ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଭାରତ ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ସ୍ଥଳସେନା ମୁଖ୍ୟ ।
@ANI