ETV Bharat / bharat

Amarnath Yatra: ଅଗଷ୍ଟ 23ରୁ ସାମୟିକ ସ୍ଥଗିତ ରହିବ ଅମରନାଥ ଯାତ୍ରା

author img

By

Published : Aug 20, 2023, 2:13 PM IST

ଟ୍ରାକ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଅଗଷ୍ଟ 23ରୁ ଅସ୍ଥାୟୀ ଭାବେ ସ୍ଥଗିତ ରହିବ ଅମରନାଥ ଯାତ୍ରା । ଅଧିକ ପଢନ୍ତୁ

Amarnath Yatra to be temporarily suspended

ଶ୍ରୀନଗର: ଅଗଷ୍ଟ 23ରୁ ଅସ୍ଥାୟୀ ଭାବରେ ସ୍ଥଗିତ ରହିବ ଅମରନାଥ ଯାତ୍ରା । ତୀର୍ଥଯାତ୍ରୀଙ୍କ ସଂଖ୍ୟା ହ୍ରାସ ଏବଂ ଟ୍ରାକ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯିବା ନେଇ ଏକ ସରକାରୀ ବିବୃତ୍ତିରେ ସୂଚନା ପ୍ରଦାନ କରାଯାଇଛି । ଏନେଇ ଅମରନାଥ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ତୀର୍ଥଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଅମରନାଥ ଗୁମ୍ଫାକୁ ଯିବା ପାଇଁ ଥିବା ଦୁଇଟି ଟ୍ରାକରେ ମରାମତ କାର୍ଯ୍ୟ ବିଆରଓ ଦ୍ବାରା କରାଯାଉଛି । ତେଣୁ ଏହି ଦୁଇ ଟ୍ରାକରେ ଯାତ୍ରା କରିବା ଉଚିତ ନୁହେଁ । ଏହାକୁ ଦୃଷ୍ଟିରେ ରଖି 23 ଅଗଷ୍ଟରୁ ଅମରନାଥ ଯାତ୍ରା ଉଭୟ ରୁଟରେ ସାମୟିକ ଭାବରେ ସ୍ଥଗିତ ରହିବ ବୋଲି ବିବୃତ୍ତିରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବାଟରେ ଛକିଥିଲା ମୃତ୍ୟୁ ! ଅମରନାଥଙ୍କୁ ଦର୍ଶନ ପୂର୍ବରୁ ପଥରରେ ଚାପି ହୋଇ ଚାଲିଗଲା ଜୀବନ

ପ୍ରତିବର୍ଷ ଜୁଲାଇରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥାଏ । ଅମରନାଥ ଗୁମ୍ଫାରେ ଆବିର୍ଭୂତ ହୋଇଥିବା ମହାଦେବଙ୍କ ବରଫ ସ୍ବରୂପ ମହାଲିଙ୍ଗକୁ ଦର୍ଶନ କରିବା ପାଇଁ ଦେଶବ୍ୟାପୀ ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି । ଚଳିତ ବର୍ଷ 62 ଦିନିଆ ଅମରନାଥ ଯାତ୍ରା ଜୁଲାଇ 1ରୁ ଆରମ୍ଭ ହୋଇ ଅଗଷ୍ଟ 31ରେ ଶ୍ରାବଣ ପୂର୍ଣ୍ଣିମା ପର୍ବ ସହିତ ଶେଷ ହେବ । ଖରାପ ପାଗ ଯେଗୁଁ ପୂର୍ବରୁ ଅମରନାଥ ସ୍ଥଗିତ ରହିଥିଲା । ପାଗରେ ସୁଧାର ଆସିବା ପରେ ପୁଣି ଆରମ୍ଭ ହୋଇଥିଲା ଯାତ୍ରା ।

ଅମରାନାଥ ଯାତ୍ରା ସମୟରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି । ଜୁଲାଇ 16 ତାରିଖରେ ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଦୁଇ ମୃତ ଶ୍ରଦ୍ଧାଳୁ ରାଜସ୍ଥାନର ବାସିନ୍ଦା । ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ଭାଗ୍ୟଲାଲ ମାନାରିଆ ଓ ଅନ୍ୟ ଜଣେ ମଙ୍ଗି ଲାଲ ଭାବେ ଚିହ୍ନଟ କରାଯାଇଥିଲା । ଭାଗ୍ୟଲାଲ ଅମରନାଥ ଗୁମ୍ଫା ନିକଟରେ ପ୍ରାଣ ହରାଇଥିବା ବେଳେ ମଙ୍ଗି ଲାଲଙ୍କ ମୃତ୍ୟୁ ବାଲତଲ ବେସ କ୍ୟାମ୍ପରେ ହୋଇଥିଲା । ଏହି ଅଘଟଣକୁ ମିଶାଇ ମୃତ୍ୟୁସଂଖ୍ୟା 36ରେ ପହଞ୍ଚିଥିଲା ।

ଅମରନାଥ ଯାତ୍ରା କରିବାକୁ ଆସିଥିବା ତୀର୍ଥଯାତ୍ରୀଙ୍କ ପାଇଁ ଜମ୍ମୁ କାଶ୍ମୀର ପ୍ରଶାସନର ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅମରନାଥ ଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ସୁରକ୍ଷାକର୍ମୀମାନେ ଅସ୍ଥାୟୀ କ୍ୟାମ୍ପ କରି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ସହ ଡ୍ରୋନ ନିୟୋଜିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.