ETV Bharat / bharat

ଇମ୍ରାନଙ୍କ ପତ୍ନୀ ବି କୋରୋନାରେ ଆକ୍ରାନ୍ତ, ଆଶୁ ଆରୋଗ୍ୟ କାମନା କଲେ ମୋଦି

author img

By

Published : Mar 22, 2021, 10:39 AM IST

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କୋଭିଡ ସଂକ୍ରମିତ ହେବାର କିଛି ଘଣ୍ଟା ପରେ ତାଙ୍କ ପତ୍ନୀଙ୍କ କୋଭିଡ ପରୀକ୍ଷଣ ରିପୋର୍ଟ ଆସିଛି। ଏଥିରେ ସେ ମଧ୍ୟ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଯାଇଛି। ଅଧିକ ପଢନ୍ତୁ...

ଇମ୍ରାନଙ୍କ ପରେ ପତ୍ନୀ ହେଲେ କୋରୋନାରେ ଆକ୍ରାନ୍ତ, ଆଶୁ ଆରୋଗ୍ୟ କାମନା କଲେ ମୋଦି

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କୋଭିଡ ସଂକ୍ରମିତ ହେବାର କିଛି ଘଣ୍ଟା ପରେ ତାଙ୍କ ପତ୍ନୀଙ୍କ କୋଭିଡ ପରୀକ୍ଷଣ ରିପୋର୍ଟ ଆସିଛି। ଏଥିରେ ସେ ମଧ୍ୟ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଯାଇଛି। ପାକିସ୍ତାନ ତେହେରିକ-ଏ-ଇନସାଫ ପାର୍ଟି (ପିଟିଆଇ) ର ଫୈଜଲ ଜାଭେଦ ରବିବାର ଏହି ସୂଚନା ଦେଇଛନ୍ତି। ଇମ୍ରାନ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ନିଜ ଘରେ କ୍ବାରେଣ୍ଟାଇନ କରିଛନ୍ତି। ତେବେ ପାକ୍ ପ୍ରଧାନମନ୍ତ୍ରୀ ଦମ୍ପତ୍ତି କୋଭିଡ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତାବ୍ୟକ୍ତ କରିବା ସହ ଏକ ଟ୍ବିଟ୍‌ କରି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅନ୍ୟପଟେ ସେମାନଙ୍କ ଆଶୁ ଆରୋଗ୍ୟ କାମନା ଓ ପ୍ରାର୍ଥନା କରୁଥିବା ସମସ୍ତଙ୍କୁ ସେ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି । ତେବେ 68 ବର୍ଷୀୟ ପୂର୍ବତନ ଟପ୍ କ୍ରିକେଟର ଇମ୍ରାନ ଖାନ ଗୁରୁବାର ଦିନ ଚାଇନାର ଉତ୍ପାଦିତ ସିନୋଫାର୍ମ ଟିକା ଗ୍ରହଣ କରିବାର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କୋଭିଡ ପରୀକ୍ଷଣ କରାଯାଇଥିଲା। ଏଥିରେ ସେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲେ। ଇମ୍ରାନଙ୍କୁ ସାମାନ୍ୟ ଜ୍ବର ସାଙ୍ଗକୁ କାଶ ହେଉଥିବାର ତାଙ୍କ ମୁଖପାତ୍ର କହିଛନ୍ତି। ତେବେ ସେ ଭିଡିଓ କନଫରେନିସିଂରେ ତାଙ୍କ କାର୍ଯ୍ୟାଳୟ ଦାୟିତ୍ବ ତୁଲାଉଥିବା ଜଣାପଡିଛି।

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଏପର୍ଯ୍ୟନ୍ତ 6,26,802 ମାମଲା ଏବଂ 13,843 ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.