ETV Bharat / bharat

ଜମିବାଡି ବିବାଦରୁ ଏସିଡ ମାଡ, 40 ରୁ ଉର୍ଦ୍ଧ୍ବ ଆହତ

author img

By

Published : Nov 22, 2020, 5:31 PM IST

ବିହାରରେ ଜମିବାଡି ବିବାଦରୁ ଜଘନ୍ୟ କାଣ୍ଡ। ଗୋଟିଏ ପକ୍ଷର ଏସିଡ ମାଡରେ ଅନ୍ୟ ପକ୍ଷର 40 ଜଣ ଆହତ । ପଢନ୍ତୁ ଅଧିକ....

ଜମିବାଡି ବିବାଦରୁ ଏସିଡ ମାଡ, 40 ରୁ ଉର୍ଦ୍ଧ୍ବ ଆହତ
ଜମିବାଡି ବିବାଦରୁ ଏସିଡ ମାଡ, 40 ରୁ ଉର୍ଦ୍ଧ୍ବ ଆହତ

ପାଟନା: ଦୁଇ ଗୋଷ୍ଠୀ ମଧ୍ୟରେ ଜମିବାଡି ବିବାଦରୁ ଜଘନ୍ୟ କାଣ୍ଡ । ଗୋଟିଏ ଗୋଷ୍ଠୀର ଏସିଡ ଆକ୍ରମଣରେ ଅନ୍ୟ ଗୋଷ୍ଠୀ ପ୍ରାୟ 40 ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଘଟଣା ଘଟିଛି ବିହାରର ଶାରଣ ଜିଲ୍ଲାର ଦାଉଦପୁର ଥାନା ଅଞ୍ଚଳରେ । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତ୍ତର ଥିବା ଜଣା ପଡିଛି । ଗୁରୁତର ମାନଙ୍କୁ ପାଟନାର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଦାଉଦପୁର ଥାନା ଅଧିନ ତେଜପୁର ପଞ୍ଚାୟତରେ ସ୍ଥାନୀୟ ନିବାସୀ ରାମଚନ୍ଦ୍ର ଶାହ ଓ ସଂଞ୍ଜୟ ସାହଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଜମିଜମା ବିବାଦ ଲାଗିରହିଥିବା ବେଳେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଥିବା ଦେଖିବାକୁ ମିଳିଥିଲା । ସଂଘର୍ଷ ଏତେ ଭୟଙ୍କର ରୂପ ଧାରଣ କରିଥିଲା ଯେ ଗୋଟିଏ ପକ୍ଷ ଅନ୍ୟ ପକ୍ଷ ଉପରେ ଏସିଡ ମାଡ କରିବାକୁ ମଧ୍ୟ ପଛାଇନଥିଲେ । ଘଟଣା ସମ୍ପର୍କରେ ଖବର ମିଳିବା ପରେ ପୋଲିସ ପହଞ୍ଚି ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ।

ତେବେ ଆକ୍ରମଣରେ ପ୍ରାୟ 5 ବୋତଲ ଏସିଡ ମାଡ କରାଯାଇଥିବା ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି । ତେବେ ଏତେ ପରିମାଣର ଏସିଡ କେଉଁଠାରୁ ଆସିଲା ତାହା ଏବେ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଅଭିଯୁକ୍ତ ମାନଙ୍କୁ ଅଧିକ ପଚରା ଉଚରା ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.