ETV Bharat / bharat

Gujarat Assembly Poll: ଆଜି ଦୁଇଟି ସଭାକୁ ସମ୍ବୋଧିତ କରିବେ କେଜ୍ରିୱାଲ ଓ ମାନ - ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗୁଜୁରାଟ ଗସ୍ତ

ଗୁଜୁରାଟରେ କେଜ୍ରିଓ୍ବାଲ ଓ ମାନ । ଦୁଇଟି ସ୍ଥାନରେ ଜନସଭାକୁ କରିବେ ସମ୍ବୋଧିତ (Kejriwal to address a public meeting in Gujarat )। ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ । ବିଜେପିର ବିକଳ୍ପ ହେବାକୁ ଆପର ପ୍ରାଣମୂର୍ଚ୍ଛା ପ୍ରୟାସ । ଅଧିକ ପଢନ୍ତୁ

Gujarat assembly poll: ଆଜି ଦୁଇଟି ସଭାକୁ ସମ୍ବୋଧିତ କରିବେ କେଜ୍ରିଓ୍ବାଲ ଓ ମାନ

author img

By

Published : Oct 9, 2022, 11:06 AM IST

ଗାନ୍ଧୀନଗର: ବିଧାନସଭା ନିର୍ବାଚନ ପାଇଁ ଗୁଜୁରାଟରେ ନିର୍ବାଚନୀ ଉଷ୍ମତା ବଢିବାରେ ଲାଗିଲାଣି । ଏହାରି ମଧ୍ୟରେ ଗୁଜୁରାଟ ନିର୍ବାଚନରେ ଶାସକ ବିଜେପିକୁ କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP)। ବାରମ୍ବାର ଗୁଜୁରାଟ ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଏବେ ପୁଣି ଥରେ ଗୁଜୁରାଟ ଗସ୍ତ କରିଛନ୍ତି । ଏଥିରେ ତାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ରହିଛନ୍ତି । ଆଜି ଉଭୟ ନେତା ଦୁଇଟି ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି (Kejriwal to address a public meeting in Gujarat ) ।

ଦୁଇ ନେତା ଗୁଜୁରାଟର ଆଦିବାସୀ ବହୁଳ ଜିଲ୍ଲା ଭାଲସାଦର ଧରାମପୁର ଏବଂ ସୁରଟ ଜିଲ୍ଲାର କାଦୋଦରା ଠାରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ । ଗତକାଲି (ଶନିବାର) AAP ମୁଖ୍ୟ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ଦାହୋଡ ସହରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ପରେ ଦୋଦରାଠାରେ ଏକ 'ତିରଙ୍ଗା ଯାତ୍ରା' ରେ ମଧ୍ୟ ଉଭୟ ଅଂଶଗ୍ରହଣ କରିଥିଲେ । ତେବେ ଗୁଜୁରାଟରେ କେଜ୍ରିଓ୍ବାଲଙ୍କୁ ମଧ୍ୟ ବିରୋଧର ଶିକାର ହେବାକୁ ପଡିଥିଲା ।

କେଜ୍ରିୱାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲ ଗୌତମଙ୍କ ହିନ୍ଦୁ ଦେବାଦେବୀଙ୍କୁ ପୂଜା ନକରିବା ସହ ବୌଦ୍ଧ ଧର୍ମ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଉଥିବା ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ କେଜ୍ରିଓ୍ବାଲଙ୍କୁ ଘେରିଥିଲେ ବିଜେପି ନେତା । କେଜ୍ରିୱାଲଙ୍କୁ ହିନ୍ଦୁ ବିରୋଧୀ ବୋଲି ଦର୍ଶାଇ ଗୁଜୁରାଟର ପ୍ରମୁଖ ସହରରେ ଅନେକ ବ୍ୟାନର ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଥିଲା ।

ତେବେ ଚଳିତ ମାସ ଶେଷ ସୁଦ୍ଧା ଗୁଜୁରାଟରେ ବିଧାନସଭା ନିର୍ରାଚନ ଅନୁଷ୍ଠିତ ହେବାକୁ ଯାଉଛି । ଦିଲ୍ଲୀ ପରେ ଦ୍ବିତୀୟ ରାଜ୍ୟ ଭାବେ ପଞ୍ଜାବରେ କ୍ଷମତା ହାତେଇଥିବା AAP ଏବେ ଗୁଜୁରାଟରେ ମଧ୍ୟ ସଫଳତାର ସ୍ବାଦ ଚାଖିବା ପାଇଁ ପୁରା ଦମରେ ଅଣ୍ଟା ଭିଡି ସାରିଲାଣି । ବିଜେପିର ଏକ ବିକଳ୍ପ ଭାବେ ସ୍ଥାନ ପାଇବା ପାଇଁ ଦଳ ଖୁବ ଜୋରରେ ପ୍ରସ୍ତୁତି ଜାରି ରଖିଛି । ନିକଟରେ କେଜ୍ରିଓ୍ବାଲ ଅନେକ ଜନସଭାକୁ ମଧ୍ୟ ସମ୍ବୋଧିତ କରି ସାରିଲେଣି । ଅନ୍ୟପଟେ ବିଜେପି ମଧ୍ୟ ପଛରେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ନିୟମିତ ଗୁଜୁରାଟ ଗସ୍ତ କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.