ETV Bharat / bharat

ସିଇଓଙ୍କ ଶିଶୁପୁତ୍ର ହତ୍ୟାର ନୂଆ ଟ୍ବିଷ୍ଟ: ଗୋଆ ହୋଟେଲରୁ ସୂଚନାଙ୍କ ହାତଲେଖା ଚିଠି ଜବତ, କୋର୍ଟଙ୍କ ନିର୍ଦ୍ଦେଶରେ ଥିଲେ ଖପ୍ପା

Handwritten letter found from Goa room: ଗୋଆ ହୋଟେଲରୁ ସିଇଓ ସୂଚନା ସେଠଙ୍କ ହାତଲେଖା ଚିଠି ଜବତ । ନିଜ ସ୍ବାମୀ ପୁଅକୁ ଭେଟିବା ନେଇ କୋର୍ଟଙ୍କ ଆଦେଶ ବରଦାସ୍ତ କରିବେ ନାହିଁ ବୋଲି ଲେଖିଥିଲେ ସୂଚନା । ଅଧିକ ପଢ଼ନ୍ତୁ,

ଗୋଆ ହୋଟେଲରୁ ହାତଲେଖା ଚିଠି ଜବତ, ' କୋର୍ଟଙ୍କ ଆଦେଶ ବରଦାସ୍ତ କରିବେ ନାହିଁ ' ଲେଖିଥିଲେ ସିଇଓ ସୂଚନା

author img

By ETV Bharat Odisha Team

Published : Jan 12, 2024, 7:15 AM IST

Updated : Jan 12, 2024, 10:43 AM IST

ହାଇଦ୍ରାବାଦ: ସିଇଓଙ୍କ ଶିଶୁପୁତ୍ର ହତ୍ୟା ମାମଲାରେ ନୂଆ ଖୁଲାସା । ଗୋଆ ହୋଟେଲରୁ ମିଳିଲା ବେଙ୍ଗାଲୁରୁ ସିଇଓ ସୂଚନା ସେଠଙ୍କ ହାତଲେଖା ଚିଠି । ଏଥିରେ କୋର୍ଟଙ୍କ ଆଦେଶକୁ ନେଇ ବିସ୍ଫୋରକ କଥା ଲେଖିଥିଲେ ସୂଚନା । ଗୋଆ ପୋଲିସ ଏହି ଚିଠିକୁ ଜବତ କରି ଏହାର ସତ୍ୟତା ଯାଞ୍ଚ ପାଇଁ ପଠାଇଛି । ସୂଚନା ଅନୁସାରେ ଚିଠିରେ ଲେଖା ଅଛି, “ମୋ ସ୍ବାମୀ ମୋ ପୁଅକୁ ଭେଟିବା ପାଇଁ କୋର୍ଟ ଦେଇଥିବା ଆଦେଶକୁ ମୁଁ ବରଦାସ୍ତ କରିପାରିବି ନାହିଁ ।"

ଗୋଆରେ ସର୍ଭିସ ଆପାର୍ଟମେଣ୍ଟରେ ରହୁଥିଲେ ବେଙ୍ଗାଲୁରୁ ଏକ ଷ୍ଟାଟଅପ୍ କମ୍ପାନି ସିଇଓ ସୂଚନା ସେଠ୍ । ତାଙ୍କ ସହ ଥିଲେ 4 ବର୍ଷର ପୁଅ । ସ୍ବାମୀଙ୍କ ସହ ଦାମ୍ପତ୍ୟ କଳହକୁ ନେଇ ସୂଚନା ନିଜର 4 ବର୍ଷର ପୁଅକୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ହତ୍ୟା ପୂର୍ବରୁ ସୂଚନା ନିଜ ପୁଅକୁ ଅଚେତ କରିବା ପାଇଁ କଫ୍ ସିରପ୍ ଆଇଥିଲେ । ରୁମରୁ ଦୁଇଟି ଖାଲି କଫ୍ ସିରଫ ବଟଲ ଜବତ କରିଥିଲା ଗୋଆ ପୋଲିସ ।

ସୂଚନା ଅନୁସାରେ, କୋର୍ଟଙ୍କ ନିର୍ଦ୍ଦେଶରେ ଅସନ୍ତୁଷ୍ଟ ଥିଲେ ସୂଚନା । ତାଙ୍କ ସ୍ୱାମୀ ପ୍ରତି ରବିବାର ପୁଅକୁ ଭେଟିବାକୁ କୋର୍ଟ ଅନୁମତି ଦେଇଥିବା ବେଳେ, ଏହାକୁ ଗ୍ରହଣ କରି ପାରୁ ନଥିଲେ ସୂଚନା । ସେ ଏହାକୁ ନେଇ 2022 ମସିହାରେ ତାଙ୍କ ସ୍ୱାମୀ ଭେଙ୍କଟ ରମଣଙ୍କ ବିରୋଧରେ କୋର୍ଟରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଅଦାଲତଙ୍କ କାଗଜପତ୍ରରେ ଦର୍ଶାଯାଇଛି ଯେ, ସେ ରମଣଙ୍କଠାରୁ ମାସିକ ୨ ଲକ୍ଷ ଟଙ୍କା ଭରଣ ପୋଷଣ ଦାବି କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ଯୋଜନାବଦ୍ଧ ଥିଲା ନିଜ ପୁଅକୁ CEOଙ୍କ ହତ୍ୟା ଘଟଣା: ହୋଟେଲ ରୁମରୁ ଖାଲି କଫ ସିରପ୍ ବଟଲ ଜବତ

ସୂଚନାଯୋଗ୍ୟ ଯେ, ବେଙ୍ଗାଲୁରୁର ଏକ ଷ୍ଟାଟଅପ୍ କମ୍ପାନୀର ସିଇଓ ଥିବା ସୂଚନା ସେଠ୍ ଗତ ଶନିବାର ଦିନ ଗୋଆର ଏକ ହୋଟେଲକୁ ନିଜ 4 ବର୍ଷୀୟ ପୁଅ ସହ ଯାଇଥିଲେ । ସେଠାରେ 2 ଦିନ ରହିବା ପରେ ସୋମବାର ହୋଟେଲରୁ ଚେକ୍ ଆଉଟ କରି ଏକ ଟ୍ୟାକ୍ସିରେ କର୍ଣ୍ଣାଟକ ଫେରୁଥିଲେ । ହୋଟେଲ ରୁମରୁ ରକ୍ତ ଛିଟା ମିଳିବା ପରେ ହୋଟେଲ ପକ୍ଷରୁ ସୂଚନାଙ୍କୁ ଯୋଗାଯୋଗ କରାଯାଇଥିଲା । ପରେ ପୋଲିସ ସଂପୃକ୍ତ ଗାଡ଼ି, ଶିଶୁର ମୃତଦେହ ଥିବା ବ୍ୟାଗ ସିଜ କରିବା ସହ ସୂଚନାଙ୍କୁ ହେଫାଜତକୁ ନେଇଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା । ପ୍ରାଥମିକ ତଦନ୍ତରେ ଏହା ଏକ ଦାମ୍ପତ୍ୟ ବିବାଦ ଜନିତ ହତ୍ୟାକାଣ୍ଡ ବୋଲି ଜଣା ପଡ଼ିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 12, 2024, 10:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.