ହାଇଦ୍ରାବାଦ: ଜଣେ ଛାତ୍ରୀକୁ ଛୁରାମାଡ କରି ହତ୍ୟା କରିବା ପରେ ନିଜକୁ ମଧ୍ୟ ଛୁରାମାଡ କରିଛି ଜଣେ ଛାତ୍ର । ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ଏକ କଲେଜରେ ଦେଖିବାକୁ ମିଳିଛି (A Girl Stabbed to death in a Bengaluru college) । ସହରର ଏଲଙ୍କାରେ ସ୍ଥିତ ପ୍ରେସିଡେନ୍ସି କଲେଜରେ ଜଣେ ଛାତ୍ର ଜଣେ ଛାତ୍ରୀଙ୍କୁ ଅତର୍କିତ ଛୁରାମାଡ କରିବା ପରେ ନିଜକୁ ଛୁରାମାଡ କରି ଗୁରୁତର ହୋଇଛି । ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
ଛାତ୍ରୀଙ୍କୁ ହତ୍ୟା କରିବା ପରେ ଛାତ୍ରଜଣଙ୍କ ନିଜକୁ ମଧ୍ୟ ଛୁରା ମାଡ କରିଛି । ହତ୍ୟା ପରେ ଏହା ଏକ ଅତ୍ମହତ୍ୟା ଉଦ୍ୟମ ବୋଲି ମଧ୍ୟ କୁହାଯାଉଛି । ଗୁରୁତର ଛାତ୍ରକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି (A Girl Stabbed to death in a Bengaluru college)। ତେବେ ହତ୍ୟାକାଣ୍ଡ ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ଏକ ପ୍ରେମ ବ୍ୟାପାର ସମ୍ପର୍କିତ ହତ୍ୟାକାଣ୍ଡ ହୋଇଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ପୋଲିସ ସମ୍ପୃକ୍ତ କଲେଜରେ ପହଞ୍ଚିଛି । ଘଟଣାସ୍ଥଳ ପରିଦର୍ଶନ କରିବା ସହ କଲେଜ କର୍ତ୍ତୃପକ୍ଷ ଓ ସହପାଠୀଙ୍କ ଠାରୁ ତଥ୍ୟ ସଂଗ୍ରହ ଜାରି ରଖିଛି ପୋଲିସ । ତଦନ୍ତ ଆଧାରରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବା ନେଇ ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ